ମୁଣ୍ଡଳୀରେ ବଢୁଛି ବନ୍ୟାଜଳ, ଭୟଭୀତ ତଳିଆ ଅଞ୍ଚଳବାସୀ

youtube

କଟକ : ମହାନଦୀର ମୁଣ୍ଡଳୀରେ ପହଞ୍ଚିଛି ବନ୍ୟାଜଳ। ମୁଣ୍ଡଳୀ ବ୍ୟାରେଜ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଜଳସ୍ଥର ବୃଦ୍ଧି ପାଉଥିବାରୁ ତଳିଆ ଅଞ୍ଚଳବାସୀ ଭୟଭୀତ। ମୁଣ୍ଡଳୀ ମହାନଦୀ ଉପର ମୁଣ୍ଡରେ ୮୮.୭୦ ଫୁଟ୍ ଏବଂ ତଳ ମୁଣ୍ଡରେ ୮୬.୬୦ ଫୁଟ ଜଳସ୍ତର ରହିଛି । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ମୁତାବକ ଜଳସ୍ତର ବୃଦ୍ଧି ପାଇଲେ ତଳିଆ ଅଞ୍ଚଳ କାଠଯୋଡି, କୁଆଖାଇ, ଦୟା ଆଦି ଅନେକ ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିପାରେ ।

ସେପଟେ ମୁଣ୍ଡଳୀରେ ଧିରେ ଧିରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗୁଛି । ତା ସହିତ ବର୍ଷା ଲାଗି ରହିଛି । ମୁଣ୍ଡଳୀ ବ୍ୟାରେଜର ଜଳସ୍ତର ବିପଦ ସଂକେତ ହେଉଛି, ଉପର ମୁଣ୍ଡରେ ୯୭.୨୫ ଫୁଟ ଏବଂ ତଳ ମୁଣ୍ଡରେ ୯୫.୦୫ ଫୁଟ । ମୁଣ୍ଡଳୀ ଦେଇ ୧୨ ଲକ୍ଷ ଜଳ ପ୍ରବାହିତ ହେଲେ ତଳ ମୁଣ୍ଡରେ କିମ୍ବା ତଳ ମୁଣ୍ଡରେ ଥିବା ନଦୀ କୂଳିଆ ଅଞ୍ଚଳରେ ବନ୍ୟା ଦେଖା ଦେଇଥାଏ । ଯେହେତୁ ବର୍ତ୍ତମାନ ମୁଣ୍ଡଳୀରେ ସେଭଳି କୌଣସି ବିପଦ ସଂକେତ ନାହିଁ ତଥାପି ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳର ଲୋକଙ୍କ ମନରେ ଏକ ପ୍ରକାର ଭୟ ଦେଖା ଦେଇଛି ।

Leave A Reply

Your email address will not be published.