
ଭୁବନେଶ୍ଵର : ପାର୍ବଣକୁ ଫିକା କରିପାରେ ଲଘୁଚାପ ଜନିତ ବର୍ଷା। ଆସନ୍ତା ୧ ତାରିଖରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୩୦ ତାରିଖରେ ଆଣ୍ତାମାନ୍ ସାଗରରେ ନୂଆ ଘୂର୍ଣ୍ଣିବଳୟ ପ୍ରବେଶ କରିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ କିଛି ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଅଧିକାଂଶ ନଦୀରେ ଜଳସ୍ତର ବଢିବାରେ ଲାଗିଛି । କିନ୍ତୁ କୌଣସି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉନାହିଁ । ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।