ଶିଶୁକନ୍ୟାକୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

add-all

କନ୍ଧମାଳ : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ଏକ ୬ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ମାମଲାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି । ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି କୋର୍ଟ ଅଭିଯୁକ୍ତ ଅନନ୍ତ କୁଦେଇ (୩୧) କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଅଭିଯୁକ୍ତଠାରୁ ୬୦ ହଜାର ଟଙ୍କା ଜରିମାନା ଆଦାୟ ଲାଗି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପୀଡ଼ିତାକୁ ୭ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏପ୍ରିଲ ୧୬ ୨୦୨୫ ମସିହା ଦିନ ଅପରାହ୍ନ ସମୟରେ ଅଭିଯୁକ୍ତ ଅନନ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଘଟଣା ସଂକ୍ରାନ୍ତରେ ଖବର ପାଇ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଅନନ୍ତକୁ କାବୁ କରିଥିଲେ। ଏ ସଂକ୍ରାନ୍ତରେ ପରିବାର ଲୋକ ଥାନାରେ ଏତଲା ଦେବା ପରେ ପୋଲିସ ତାକୁ ଗିରଫ ଓ କୋର୍ଟ ଚାଲାଣ କରିଥିଲା।

ଉଲ୍ଲେଖଯୋଗ୍ୟ ଯେ, ମାତ୍ର ୨ ମାସ ଏବଂ ୫ ଦିନ ମଧ୍ୟରେ ସମସ୍ତ ସାକ୍ଷୀ, ବୟାନ, ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇଛି।

କନ୍ଧମାଳ ଏସପି ବି. ସି. ହରିଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମାମଲାଟି ପରିଚାଳିତ ହୋଇଥିଲା।

ସରକାରୀ ଓକିଲ ଶ୍ରୀ ଅସୀମ କୁମାର ପ୍ରହରାଜ ମାମଲା ପରିଚାଳନା କରିଥିବା ବେଳେ ସବ- ଇନ୍ସପେକ୍ଟର ଚିରଞ୍ଜୀବ ବେହେରା ତଦନ୍ତ କରିଥିଲେ।

ad-week
Leave A Reply

Your email address will not be published.