ବନ୍ଧୁକ କାରଖାନା ଧ୍ବଂସ କଲେ ଯବାନ

youtube

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ପୋଲିସକୁ ମିଳିଛି ବଡ ସଫଳତା । ସୁକମା ଜିଲ୍ଲାର ମେଟାଗୁଡା ଜଙ୍ଗଲରେ ଏକ ବଡଧରଣର ହମଲାକୁ ବିଫଳ କଲେ ଯବାନ ମାନେ । ଜଂଗଲରେ ନକ୍ସଲ ତିଆରି କରିଥିବା ବନ୍ଧୁକ କାରଖାନା ଚାଲିଥିଲା । ଏହି କାରଖାନାରେ ବାରୁଦ, ବନ୍ଧୁକ ତିଆରି କରିବା ସାମଗ୍ରୀ ସମେତ ବହୁ ବିସ୍ଫୋରକ ଥିଲା ଯାହାକୁ ଜବତ କରିବାରେ ସଫଳ ହୋଇଛନ୍ତି ଯବାନ ମାନେ ।

ମେଟାଗୁଡା ଅଞ୍ଚଳର ଇରାପଲ୍ଲୀ ଓ କୋଇମେଟା ମଧ୍ୟରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଯବାନ ମାନେ ଏକ ବେଆଇନ କାରଖାନା ଦେଖିବାକୁ ପାଇଥିଲେ । ଏହି କାରଖାନାଟି ନକ୍ସଲଙ୍କର ଜାଣିବା ପରେ ଏହାକୁ ତୁରନ୍ତ ଧ୍ବଂସ କରିଦେଇଥିଲେ ।

ଏହି କାରଖାନାରେ ତିଆରି ହେଉଥିବା ବନ୍ଧିକ ସହ ଏତେ ମାତ୍ରାରେ ବିସ୍ଫୋରକ ଜବାନଙ୍କୁ ଟାର୍ଗେଟ କରି ତିଆରି ହେଉଥିଲା । ଏହି କାରଖାନାକୁ ଧ୍ବଂସ କରିବା ପରେ ନକ୍ସଲଙ୍କର ବହୁ କ୍ଷତି ହୋଇଥିବା ପୋଲିସ କହିଛି ।

Leave A Reply

Your email address will not be published.