ନଷ୍ଟ ହେଲା ଧାନ-କପା ଫସଲ, ୩୫ ଟିକିଆ ହାତୀପଲଙ୍କ ଉତ୍ପାତ

youtube

କଣ୍ଟାବାଞ୍ଜି: ସବୁ ଫସଲ ନଷ୍ଟ ହୋଇଯାଇଛି । ଏଥର ଋଣକୁ କେମିତି ସୁଝିବେ ଚାଷୀ । ଭଲ ଫସଲ ହୋଇଥିଲେ ଦୁଇ ପଇସା ରୋଜଗାର ହୋଇଥାନ୍ତା । କିନ୍ତୁ ସବୁ ଫସଲକୁ ତ ହାତୀ ନଷ୍ଟ କରିଦେଲେ । ଏବେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ ।

ହାତୀପଲଙ୍କ ଉତ୍ପାତରେ ଅତିଷ୍ଠ ହେଲେଣି ଚାଷୀ । ଗତ କିଛି ମାସ ହେବ ମୁରିବାହାଲ ରେଞ୍ଜର ବିଭିନ୍ନ ଗାଁରେ ୩୫ ଟିକିଆ ବଣୁଆ ହାତୀ ଦେଖିବାକୁ ମିଳିଛି । ହାତୀମାନେ ଏ ଜଙ୍ଗଲରୁ ସେ ଜଙ୍ଗଲ ପାର୍ ହେଉଛନ୍ତି । ଏହି ସମୟରେ ଅନେକ ଲୋକଙ୍କ ଚାଷ ସବୁ ନଷ୍ଟ କରୁଛନ୍ତି । ଆଜି ସକାଳୁ ସକାଳୁ ଏହି ହାତୀ ପଲ ବାବେଜୁରି ଗାଁ ରାସ୍ତା ପାର କରି ଅନ୍ୟ ଏକ ଜଙ୍ଗଲକୁ ଯାଉଥିବା ଦେଖିବାକୁ ମିଳିଥିଲା । ତେବେ ରାସ୍ତା ପାର ହେଉଥିବା ସମୟରେ ଏକାଧିକ ଚାଷୀ ନିଜ ଚାଷ ଜମିରେ ଅମଳ କରି ରଖିଥିବା ଧାନ, କପାକୁ ମାଡ଼ି ବରବାଦ କରିଛନ୍ତି ହାତୀ । ହାତୀମାନଙ୍କ ଏଭଳି ଉତ୍ପାତ ସହ ଚଳ ପ୍ରଚଳ ଯୋଗୁଁ ଲୋକେ ଭୟଭୀତ ଥିବା ସହ କ୍ଷତି ପୂରଣ ଦାବି କରିଛନ୍ତି ଚାଷୀ ।

କେତେ ପରିଶ୍ରମ କରି ଫସଲ କରିଥିଲେ ଚାଷୀ । କିନ୍ତୁ କ୍ଷଣିକରେ ସବୁ କିଛି ବରବାଦ କରିଦେଲେ ହାତୀପଲ । ଏମାନଙ୍କ କ୍ଷତିକୁ ନଜରରେ ରଖି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହୟାତ ଦିଆଯାଉ ବୋଲି ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.