
କଟକ : ଉପର ପଡ଼ିଆରେ ବି ହେବ ବାଲିଯାତ୍ରା । ଏନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ । ରୂପରେଖ କ’ଣ ହେବ କୋର୍ଟଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୯ ତାରିଖରେ ହାଇକୋର୍ଟରେ ମାମଲାର ରହିଛି ଶୁଣାଣି।
ସେପଟେ ୨୬ ସେପ୍ଟେମ୍ବରରୁ ୦୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପାଇଁ ଆବେଦନ । ଜଣେ ବ୍ୟକ୍ତି ଓ ଅନୁଷ୍ଠାନ ୩ ଟି ଲେଖାଁଏ ପ୍ଲଟ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । ୧୦୦ ଟଙ୍କା ଦେଇ ଫର୍ମ ନେଇ କରିପାରିବେ ଏହି ଆବେଦନ । cuttack.odisha.gov.in ୱେବସାଇଟରେ ଅଧିକ ବିବରଣୀ ପାଇପାରିବେ । ଖାଦ୍ୟ ପାଇଁ ଅଲଗା ଓ ଅନ୍ୟାନ୍ୟ ପାଇଁ ଅଲଗା ଅଲଗା ଆବେଦନ କରି ପାରିବେ ବ୍ୟକ୍ତି ଓ ଅନୁଷ୍ଠାନ । ଚଳିତ ବର୍ଷ ପ୍ଲଟ ପଞ୍ଜିକରଣ ୫ ହଜାର ଟଙ୍କା ରଖାଯାଇଛି ।