ଦକ୍ଷିଣ ଓଡିଶାରେ ବିଦ୍ୟୁତ ସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି ଟିପିଏସ୍ଓଡିଏଲ୍

youtube

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ଦୁର୍ଗମ ଅଞ୍ଚଳରେ, ଯେଉଁଠାରେ ଜନଜାତିବହୁଳ ଅଞ୍ଚଳ ବିକାଶୋନ୍ମୁଖୀ ସହରାଞ୍ଚଳ ସହ ମିଶୁଛି ସେଠାରେ ବିଦ୍ୟୁତ ବିତରଣ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍) । ଓଡ଼ିଶା ସରକାର ଓ ଟାଟା ପାୱାରର ଏହି ଯୌଥ ଉଦ୍ୟୋଗ ତଥା ଟିପିଏସ୍ଓଡିଏଲ୍ ବିଦ୍ୟୁତ ବିତରଣ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାକୁ ଆପଣାଇ ଗ୍ରାହକ କୈନ୍ଦ୍ରିକ ସେବାକୁ ପ୍ରାଧାନ୍ୟ ଦେଉଛି। ବିଦ୍ୟୁତ ସେବା କ୍ଷେତ୍ରରେ ଡ୍ରୋନ୍ ଟେକ୍ନୋଲୋଜିକୁ ବ୍ୟବହାର କରିବା ସହିତ ସ୍କାଡା ଟେକ୍ନୋଲୋଜିକୁ ଆପଣାଇ ଦୈନନ୍ଦିନ ପରିଚାଳନାରେ ସଠିକତା ଓ ଦକ୍ଷତାକୁ ସୁନିଶ୍ଚିତ କରିଛି ଟିପିଏସ୍ଓଡିଏଲ୍।

ଡ୍ରୋନ୍ ଟେକ୍ନୋଲୋଜି ବ୍ୟବହାର ଫଳରେ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ବିନା କୌଣସି ବାଧାରେ ବିଦ୍ୟୁତ ବିତରଣ ବ୍ୟବସ୍ଥା ନୀରିକ୍ଷଣ କରିବା ହୋଇପାରିଛି ଆହୁରି ସହଜ। ସେହିପରି ଟିପିଏସ୍ଓଡିଏଲର ଛ‌ଅଟିଯାକ ସର୍କଲରେ ସ୍କାଡା ଟେକ୍ନୋଲୋଜିକୁ ଆପଣାଇବା ଫଳରେ ପିଏସସିସି ଓ ଏପିଏସସିସି ମାଧ୍ୟମରେ ବିଦ୍ୟୁତ ସମ୍ବନ୍ଧୀୟ ଯେକୌଣସି ତ୍ରୁଟିକୁ ସଠିକ୍ ସମୟରେ ଚିହ୍ନଟ କରାଯିବା ସାଙ୍ଗକୁ ତାର ସମାଧାନ ମଧ୍ୟ କରାଯାଇପାରୁଛି। ଏଥିସହିତ କମ୍ପାନୀ ତରଫରୁ ୮ଟି ଜିଲ୍ଲାରେ ଜିଆଇଏସ୍ ସିଷ୍ଟମ ଦ୍ୱାରା ଏହାର ବିଦ୍ୟୁତ ବିତରଣ ନେଟୱର୍କକୁ ମ୍ୟାପିଂ କରାଯାଇଛି। ଯାହା ବିଦ୍ୟୁତ ଭିତ୍ତିଭୂମିର ଏକ ସ୍ପଷ୍ଟ ଚିତ୍ର ଦର୍ଶାଇଥାଏ।

ବାଣିଜ୍ୟିକ ସେବାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ତୁରନ୍ତ ବିଦ୍ୟୁତ ବିଲର ସଂଶୋଧନ, ଏଆଇ ଦ୍ୱାରା ମିଟର ରିଡିଂ ଏବଂ ଡିଜିଟାଲ ମାଧ୍ୟମରେ ଅଭିଯୋଗ ପଞ୍ଜିକରଣ ଓ ଟ୍ରାକିଂ ଭଳି ବ୍ୟବସ୍ଥା କମ୍ପାନୀ ତରଫରୁ କରାଯାଇଛି ଯାହା ବିଦ୍ୟୁତ ସେବା କ୍ଷେତ୍ରରେ ଅଧିକ ସ୍ୱଚ୍ଛତା ଓ ଦାୟିତ୍ୱବୋଧତା ଆଣିଛି।

ଟିପିଏସ୍ଓଡିଏଲ୍ ସହିତ ଗ୍ରାହକମାନଙ୍କର ଯୋଗାଯୋଗ ଆହୁରି ସହଜ ଓ ସୁବିଧାଜନକ ହୋଇପାରିଛି। ବହୁଭାଷୀ କଲ୍ ସେଣ୍ଟର, ଗ୍ରାହକ ସମ୍ପର୍କ କେନ୍ଦ୍ର (ସିଆରସି), ଡିଜିଟାଲ ଆପ୍ ଏବଂ ମାତ୍ର ଗୋଟିଏ ମିସ୍ଡ କଲ୍ ଜରିଆରେ ଗ୍ରାହକମାନେ ଏନପିଏସ୍ (ନୋ ପାୱାର ସପ୍ଲାଏ) ନମ୍ବର ଦ୍ୱାରା ବିଦ୍ୟୁତ ସେବା ବିଚ୍ଛିନ୍ନ ହେବାର କାରଣ ଓ ସ୍ଥିତି ସ୍ୱାଭାବିକ ହେବାର ସମୟ ଜାଣି ପାରୁଛନ୍ତି। କମ୍ମାନୀ ତରଫରୁ ପ୍ରଚଳିତ ଏଆଇ ଚାଟ୍ ବଟ୍ ଜରିଆରେ ମଧ୍ୟ ଉପଭୋକ୍ତାମାନେ ମଧ୍ୟ ସେମାନଙ୍କର ଅଭିଯୋଗର ସମାଧାନ ସହଜରେ କରିପାରୁଛନ୍ତି।

ସମଗ୍ର ଦକ୍ଷିଣ ଓଡିଶାରେ ବିଦ୍ୟୁତ ସେବା ଏବେ କେବଳ ଅଫିସ ପରିସୀମାରେ ସୀମିତ ହୋଇ ରହିନାହିଁ। ଟିପିଏସ୍ଓଡିଏଲ୍ ତରଫରୁ ଏକାଧିକ ଟଚ୍ ପ‌ଏଣ୍ଟ ତଥା ଗ୍ରାହକମାନେ ଯେଉଁଠାରେ ସେବା ପାଇପାରିବେ ସେ ନେଇ ବିଭିନ୍ନ ସେବା କେନ୍ଦ୍ର ସ୍ଥାପନ ହୋଇଛି। ଯାହାଦ୍ବାରା ପ୍ରତ୍ୟେକ ଉପଭୋକ୍ତା ତଥା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଏବଂ ଜନଜାତି ଅଞ୍ଚଳର ପ୍ରତ୍ୟେକ ଉପଭୋକ୍ତା ବିଦ୍ୟୁତ ସେବା ସହିତ ଯୋଡ଼ି ହୋଇ ପାରିବେ।

ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ଦିଗକୁ ଗୁରୁତ୍ୱ ଦେଇ ବିଦ୍ୟୁତ ଭିତ୍ତିଭୂମିର ବିକାଶ ଲାଗି ପ୍ରତିବଦ୍ଧ ରହିଛି ଟିପିଏସ୍ଓଡିଏଲ୍। ଉଭୟ ଘରୋଇ ଏବଂ ଶିଳ୍ପାଞ୍ଚଳର ବିକାଶକୁ ପ୍ରାଧାନ୍ୟ ଦେଇ କମ୍ପାନୀ ତରଫରୁ ୩୩କେଭି ଏବଂ ୧୧କେଭି ବିଜୁଳି ତାର ସଂଯୋଗ କରାଯିବା ସହ ବିତରଣ ନେଟୱର୍କଗୁଡ଼ିକୁ ଆହୁରି ସୁଦୃଢ କରାଯାଉଛି। ଏଥିସହିତ ପ୍ରତ୍ୟେକ ଡିଭିଜନରେ ରିଏଲ ଟାଇମ୍ ଡାସବୋର୍ଡ ଦ୍ୱାରା ଉପଯୁକ୍ତ ଟ୍ରାକିଂ ହେବା ସହଜ ହୋଇପାରିଛି।

ବିଦ୍ୟୁତ ସେବା କ୍ଷେତ୍ରରେ କେବଳ ବିଜୁଳି ତାର ଓ ଟ୍ରାନ୍ସଫର୍ମରର ସ୍ଥାପନା ନୁହେଁ ବରଂ ଟିପିଏସ୍ଓଡିଏଲ୍ ସୃଷ୍ଟି କରିଛି ଏକ ସାମାଜିକ ପ୍ରଭାବ। କମ୍ପାନୀ ତରଫରୁ ନିଆଯାଇଥିବା ଅଧିକାର ପ୍ରକଳ୍ପ ମାଧ୍ୟମରେ ଜନଜାତି ବହୁଳ ଅଞ୍ଚଳରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଭ୍ରାମ୍ୟମାଣ ଚିକିତ୍ସା ସେବା ତଥା ଏମ‌ଏଚଡି ମାଧ୍ୟମରେ ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା କମ୍ପାନୀ ତରଫରୁ ଯୋଗାଇ ଦିଆଯାଉଛି। କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱ ବିଭାଗ ତଥା ସିଏସ୍ଆର୍ ତରଫରୁ ବିଭିନ୍ନ ସ୍କୁଲ ଓ କଲେଜ ମାନଙ୍କରେ ଶକ୍ତି ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରାଯାଉଛି। ଯାହା ଏକ ସ୍ଥାୟୀ ବିକାଶକୁ ଅଗ୍ରାଧିକାର ଦେଇଥାଏ। ସେହିପରି ତୃଣମୂଳ ସ୍ତରରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଓ ଜୀବନ, ଜୀବିକାକୁ ଉନ୍ନତ କରିବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି।

କମ୍ପାନୀର ଏହି ଅଭିନବ ପଦକ୍ଷେପ ସମ୍ପର୍କରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି: “ଟିପିଏସ୍ଓଡିଏଲରେ ବିଦ୍ୟୁତ ସେବାକୁ ଆମେ କେବଳ ଏକ ଆବଶ୍ୟକତା ହିସାବରେ ଦେଖୁ ନାହୁଁ। ବରଂ ଏହା ହେଉଛି ବିକାଶର ଏକ ଯାତ୍ରା। ବିଦ୍ୟୁତ ବିତରଣ କ୍ଷେତ୍ରରେ ଡ୍ରୋନ୍, ସ୍କାଡା ଏବଂ ଜିଆଇଏସ୍ ଭଳି ଟେକ୍ନୋଲୋଜି ବ୍ୟବହାର କରି ଓ ଏଆଇ ଚାଟ୍ ବଟ୍, ଏନ‌ପିଏସ୍ ସେବା ମାଧ୍ୟମରେ ବିଦ୍ୟୁତ ସେବାକୁ ଅଧିକ ଭରସାଯୋଗ୍ୟ, ସ୍ୱଚ୍ଛ ଓ ସମାବେଶୀ କରୁଛୁ। ପ୍ରତ୍ୟେକ ଘରକୁ ବିଜୁଳି ଯୋଗାଣ, ଶିଳ୍ପାଞ୍ଚଳକୁ ସଶକ୍ତ କରିବା ଏବଂ ଦକ୍ଷିଣ ଓଡ଼ିଶାର ଜନଜାତି ସମୁଦାୟକୁ ବିକାଶର ପଥରେ ନେବା ହେଉଛି ଟିପିଏସ୍ଓଡିଏଲର ମୂଳ ଲକ୍ଷ୍ୟ”।

Leave A Reply

Your email address will not be published.