ବୁର୍ଲା ଉଚ୍ଛେଦ କ୍ଷତିପୂରଣ ପୂର୍ତ୍ତ ବିଭାଗ ଦେବ ବୋଲି ଏସ୍ ଏମ୍ ସି ପୂର୍ତ୍ତ ବିଭାଗ ମୁଣ୍ଡରେ ଅଠା ବୋଳିଲା

youtube

ବୁର୍ଲା : ବୁର୍ଲା ରେ ୨୦୨୩ ମସିହା ଅଗଷ୍ଟ ମାସ ରୁ ଲଗାତାର ଉଚ୍ଛେଦ ଚାଲିବା ଯୋଗୁଁ ଏସ୍ ଏମ୍ ସି ର ତଥ୍ୟ ଅନୁସାରେ ୭୬୦ ଟି ବାସଗୃହ ଓ ଦୋକାନ ଭାଙ୍ଗି ମାଟିରେ ମିସାଇ ଦିଆ ଯାଇଥିଲା l ଦୁଇ ବର୍ଷରୁ ଅଧିକ ସମୟ ଗଡି ଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଙ୍କୁ ସରକାର, ଜିଲ୍ଲା ପ୍ରଶାସନ କିମ୍ବା ଏସ୍ ଏମ୍ ସି ପକ୍ଷରୁ ଥଇଥାନ କିମ୍ବା କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯାଇ ନାହିଁ l ବୁର୍ଲା ଗୋପବନ୍ଧୁ ଛକ ଅଞ୍ଚଳର ଗୁଡ଼ାଏ କ୍ଷତିଗ୍ରସ୍ତ ପରିବାର ରାଜ୍ଯ ସରକାର, ଜିଲ୍ଲା ପ୍ରଶାସନ ଏବଂ ଏସ୍ ଏମ୍ ସି କୁ ବାରମ୍ବାର ଦେବା ପରେ ମଧ୍ୟ ପ୍ରଭାବିତ ପରିବାର ନିରାଶ ହୋଇଛନ୍ତି l ଏସ୍ ଏମ୍ ସି ଆଗୁଆ କୌଣସି ଲିଖିତ ନୋଟିସ କିମ୍ବା ସୂଚନା ନ ଦେଇ ଲୋକଙ୍କୁ ବାସଚ୍ୟୁତ କରିବା ନେଇ ଅଭିଯୋଗ କରିବା ସହିତ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ସହ ଥଇଥାନ କରିବାକୁ ପ୍ରଧାନମନ୍ତ୍ରୀ ଙ୍କ ଠାରେ ଦାବୀ କରିଛନ୍ତି l ଡ ମମତା ଶୁକ୍ଲା ପ୍ରଧାନମନ୍ତ୍ରୀ ଙ୍କୁ ପତ୍ର ଲେଖି ଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି l ଡ ମମତା ଶୁକ୍ଲା ଙ୍କ ପତ୍ର ପାଇବା ପରେ ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ବଲପୁର ମହାନଗର ନିଗମ ଏବଂ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗକୁ ଏହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଆସିଥିଲା l ସମ୍ବଲପୁର ମହାନଗର ନିଗମ ଏହାର ଉତ୍ତରରେ ନିଜ ମୁଣ୍ଡରୁ ଦୋଷ ଛଡାଇ ସବୁ ଦୋଷ ପୂର୍ତ୍ତ ବିଭାଗ ଉପରେ ଲଦି ଦେଇଥିବା ଜଣାପଡିଛି l ଏସ୍ ଏମ୍ ସି ଡେପୁଟି କମିଶନର [ enforcement] ଉତ୍ତର ଦେଇ ଲେଖିଛନ୍ତି ଯେ, ବୁର୍ଲା ପେଟ୍ରୋଲ ପମ୍ପ ଛକ ରୁ ଏନ୍ ଏ ସି ଅଫିସ ଦେଇ ଗୋପବନ୍ଧୁ ଛକ କୁ ସଂଯୋଗ କରୁଥିବା ରାସ୍ତା କଡରୁ ଜବର ଦଖଲ ଉଛେଦ କରିଛି ଏସ୍ ଏମ୍ ସି l କିନ୍ତୁ ଏସ୍ ଏମ୍ ସି ପକ୍ଷରୁ ନିଜ ମନରେ ଉଛେଦ କରି ନାହିଁ l ପୂର୍ତ୍ତ ବିଭାଗ ରାସ୍ତା ଓ କୋଠା ଡିଭିଜନ ୨ ତରଫରୁ ତତ୍କାଳୀନ ଅଧିକ୍ଷଣ ଯନ୍ତ୍ରୀ ଉଚ୍ଛେଦ ପାଇଁ RIQUISITION ଦେଇଥିଲେ l ସେହି ପତ୍ର ଆଧାରରେ ଉଚ୍ଛେଦ କରାଯାଇଥିବା ପତ୍ର ରେ ଉଲ୍ଲେଖ କରାଯାଇଛି l ଉଚ୍ଛେଦ ରେ ପ୍ରଭାବିତ ହୋଇଥିବା ପରିବାର ଏବଂ ଲୋକଙ୍କୁ କ୍ଷତିପୂରଣ ଦେବାର କୌଣସି ବ୍ୟବସ୍ଥା ରହିଥାଏ ତେବେ ତାହା ପୂର୍ତ୍ତ ବିଭାଗ ବୁଝିବ ବୋଲି ଚିଠି ରେ ଉଲ୍ଲେଖ କରାଯାଇଛି l ଏସ୍ ଏମ୍ ସି ପକ୍ଷରୁ ଏଭଳି ପତ୍ର ଲେଖା କୁ ନେଇ ସହରରେ ବ୍ୟାପକ ଚର୍ଚ୍ଚା ଆଲୋଚନା ହେଉଛି l କିଛି କ୍ଷତିଗ୍ରସ୍ତ ପରିବାର ମାନବାଧିକାର କମିସନ ଙ୍କ ଦ୍ୱାରସ୍ଥ ହୋଇଛନ୍ତି l ବୁର୍ଲା ସହରରେ ଉଚ୍ଛେଦ ଚାଲିଥିବା ବେଳେ ଲୋକମାନଙ୍କୁ ଥଇଥାନ କେନ୍ଦ୍ର ରେ ରଖାଯାଇ ସାତ ଦିନ ପର୍ଯ୍ୟନ୍ତ ଖାଇବାକୁ ଏବଂ ସମସ୍ତ ବ୍ୟବସ୍ଥା କରାଯାଇଥିଲା ବୋଲି ମାନବାଧିକାର କମିସନ ପାଖରେ ଡାହା ମିଛ ଲେଖା ଏସ୍ ଏମ୍ ସି ପକ୍ଷରୁ ଦିଆଯାଇଛି l ସୁଚନା ଅଧିକାର ଆଇନ ରେ ତଥ୍ଯ ମାଗିଲେ ଏସ୍ ଏମ୍ ସି କୌଣସି ତଥ୍ୟ ଦେଇ ପାରୁ ନାହିଁ l ବର୍ତ୍ତମାନ ଭୁବନେଶ୍ବର ସୂଚନା କମିଶନର ଙ୍କ ପାଖରେ ଅଭିଯୋଗ ପହଞ୍ଚିଛି l ବୁର୍ଲା ସହରରେ ଉଚ୍ଛେଦ ପ୍ରକ୍ରିୟାରେ ଅନେକ ଲୋକଙ୍କ ଘର ଭଙ୍ଗା ଯାଇଛି ଲୋକେ ବେଘର ହୋଇ ପରିବାର ସହିତ ରାସ୍ତା କୁ ଆସି ଯାଇଛନ୍ତି l ପୂର୍ବ ସରକାର ସମୟରେ ଏଭଳି ଅମାନୁଷିକ କାର୍ଯ୍ୟ ଯୋଗୁଁ ପ୍ରତ୍ୟାଖ୍ୟାନ କଲେ l ବର୍ତ୍ତମାନ ସରକାର ଏବଂ ସ୍ଥାନୀୟ ନେତା ମାନେ ମଧ୍ଯ କୌଣସି ଦୃଷ୍ଟି ଦେଉନଥିବା ଯୋଗୁଁ ଉଦ୍ ବସ୍ତୁ ପରି କ୍ଷତିଗ୍ରସ୍ତ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି l ବୁର୍ଲା ରେ ଚାଲିଥିବା ବନ୍ଦୋବସ୍ତ ପ୍ରକ୍ରିୟା କୁ ପୁନଃ କାର୍ଯ୍ୟକ୍ଷମ କରିବା ସହିତ ମେଜର ବନ୍ଦୋବସ୍ତ ରେ ଥିବା ଅଧିବାସୀଙ୍କ ନାମ କୁ ବର୍ତ୍ତମାନ ର ହାଲ୍ ବନ୍ଦୋବସ୍ତ ରେ ସଂଶୋଧନ କରି ନାମ ଦେଇ ପଟ୍ଟା ପ୍ରଦାନ କରିବା ସହ ଉଚ୍ଛେଦ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ପ୍ରଦାନ ସହିତ ଥଇଥାନ ସକାଶେ ଦାବୀ କରାଯାଇଛି l

Leave A Reply

Your email address will not be published.