ଠକେଇରୁ ବର୍ତ୍ତିଲେ ୧୨୦ ପୋଲିସ SI ପରୀକ୍ଷାର୍ଥୀ, ଓଡ଼ିଶା ପୋଲିସର ହେଲ୍ପ ଲାଇନ୍ ନମ୍ବର ଜାରି

youtube

ବ୍ରହ୍ମପୁର: ପୋଲିସ SI ପରୀକ୍ଷାର୍ଥୀଙ୍କୁ ଠକେଇ ଉଦ୍ୟମ ! ବଡ଼ ଠକେଇରୁ ବର୍ତ୍ତିଲେ ୧୨୦ ଜଣ ପୋଲିସ SI ପରୀକ୍ଷାର୍ଥୀ । ହାଇଦ୍ରାବାଦର ଏକ ସଂସ୍ଥା ମିଡିଲମ୍ୟାନ ମାଧ୍ୟମରେ ଫସାଇଥିଲା । ହାଇଦ୍ରାବାଦ ଯାଉଥିଲାବେଳେ ପରୀକ୍ଷାର୍ଥୀଙ୍କୁ ଉଦ୍ଧାର କରିଛି ପୋଲିସ । ପୋଲିସ ହେଡ଼କ୍ଵାର୍ଟରରୁ ଖବର ପାଇ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଆନ୍ଧ୍ରପ୍ରଦେଶ ଯାଇଥିଲା । ଶ୍ରୀକାକୁଲମ ଠାରେ ଠକେଇର ଶିକାର ହେବାକୁ ଯାଉଥିବା ପ୍ରାୟ ୧୨୦ ଜଣ ପିଲାଙ୍କୁ ଉଦ୍ଧାର କରିଛି ପୋଲିସ । ପୋଲିସ SI ପରୀକ୍ଷା ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ହାଇଦ୍ରାବାଦର ଏକ ସଂସ୍ଥା ମିଡିଲ ମ୍ୟାନ ମାଧ୍ୟମରେ ଫସାଇଥିଲା ଓ ଟଙ୍କା ମଧ୍ୟ ଆଦାୟ କରିଥିଲା । ଏଥିସହ ହେଲ୍ପ ଲାଇନ୍ ନମ୍ବର ଜାରି କଲା OPRB ।

ସ୍ବଚ୍ଛତାର ସହ CPSE 2024 ପରୀକ୍ଷା ପାଇଁ ଦିଆଗଲା ପଦକ୍ଷେପ । କିଛି ଅସାଧୁ ବ୍ୟକ୍ତି ପରୀକ୍ଷାର୍ଥୀଙ୍କୁ ଭୁଲ୍ ବାଟକୁ ନେବା ଉଦ୍ୟମ ପରେ ତତ୍ପରତା ।  ଲାଞ୍ଚ ନେଲେ କିମ୍ବା ଦେଲେ ସମ୍ପୃକ୍ତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.