ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ଶାନ୍ତି ଯୋଜନା ଘୋଷଣା, ଟ୍ରମ୍ପ ଦେଲେ ସୂଚନା

add-all

ଗାଜା: ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ଶାନ୍ତି ଯୋଜନା ଘୋଷଣା । ଶାନ୍ତି ଯୋଜନା ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଶାନ୍ତି ଯୋଜନାରେ ଗାଜାରେ ତୁରନ୍ତ ଯୁଦ୍ଧ ବିରତି, ପାଲେଷ୍ଟାଇନରୁ ଇସ୍ରାଏଲ ସେନା ପ୍ରତ୍ୟାହାର ଓ ପଣବନ୍ଦୀଙ୍କ ମୁକ୍ତି କରାଯିବ । ଯୁଦ୍ଧ ତୁରନ୍ତ ଶେଷ ହେବା ସହ ୭୨ ଘଣ୍ଟା ମଧ୍ୟରେ ସମସ୍ତ ବନ୍ଦୀଙ୍କୁ ମୁକ୍ତ କରାଯିବ। ହମାସ ମୋଟ ୪୮ ଜଣଙ୍କ ବନ୍ଦୀଙ୍କୁ ରଖିଛି। ସେମାନଙ୍କ ମଧ୍ୟରୁ ୨୦ ଜଣ ଜୀବିତ ବୋଲି ସୂଚନା ମିଳିଛି। ଏହାସହ ଇସ୍ରାଏଲୀ ସେନା ଧୀରେ ଧୀରେ ଏକ ନିର୍ଦ୍ଦିଷ୍ଟ ସୀମାକୁ ପ୍ରତ୍ୟାହାର କରିବ। ଏହାସହ ଅସ୍ଥାୟୀ ସୁରକ୍ଷା ବଳକୁ ଅଞ୍ଚଳ ହସ୍ତାନ୍ତର କରିବ। ହମାସକୁ ଅସ୍ତ୍ରଶସ୍ତ୍ର ନିଷ୍କ୍ରିୟ କରିବାକୁ ହେବ। ଶାନ୍ତିପୂର୍ଣ୍ଣ ସହବସ୍ଥାନ ପାଇଁ ପ୍ରତିଶ୍ରୁତି ଦେଉଥିବା ସଦସ୍ୟମାନେ କ୍ଷମା ପାଇବେ। ଗାଜା ଛାଡ଼ିବାକୁ ଇଚ୍ଛୁକ ବ୍ୟକ୍ତିମାନେ ଅନ୍ୟ ଦେଶକୁ ନିରାପଦ ପଥ ପାଇବେ। ଶାନ୍ତି ଯୋଜନା ଘୋଷଣାକୁ ନେଇ ନେତାନ୍ୟାହୁ କହିଛନ୍ତି, ଏହାଦ୍ବାରା ଆମର ସମସ୍ତ ବନ୍ଦୀଙ୍କୁ ଫେରାଇ ଅଣାଯିବ। ହମାସର ସାମରିକ କ୍ଷମତାକୁ ନଷ୍ଟ କରିବ। ରାଜନୈତିକ ଶାସନକୁ ସମାପ୍ତ କରିବା ସହ ଗାଜା ଯେପରି ପୁନର୍ବାର ଇସ୍ରାଏଲ ପାଇଁ ବିପଦ ସୃଷ୍ଟି ନକରେ ତାହା ନିଶ୍ଚିତ କରିବ।

ad-week
Leave A Reply

Your email address will not be published.