ଶାସ୍ତ୍ରୀ ଭବନରେ ମାଙ୍କଡ଼ର ଉପଦ୍ରବ, ୭ ମହଲାରୁ ଖସି ପଡିଲେ ଅଧିକାରୀ

youtube
ନୂଆଦିଲ୍ଲୀ : ଦିଲ୍ଲୀର ଶାସ୍ତ୍ରୀ ଭବନରେ ଏକ ମାଙ୍କଡ଼ର ଉତ୍ପାତ ଦେଖିବାକୁ ମିଳିଛି । କେନ୍ଦ୍ରୀୟ ମନ୍ତ୍ରଣାଳୟରେ ପୋଲିସ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଦୀପକ ଖୋଡାଙ୍କ ଉପରେ ହଠାତ୍ ମାଙ୍କଡ଼ ଆକ୍ରମଣ କରିଥିଲା । ମାଙ୍କଡ଼ ଆକ୍ରମଣ ପରେ ସେ ଭୟଭୀତ ହୋଇ ୭ ମହଲାରୁ ଖସିପଡିଥିଲେ  । ଯାହାଫଳରେ ଅଧିକାରୀ ଜଣଙ୍କର ହାତ ଭାଙ୍ଗିଯିବା ସହିତ ତାଙ୍କ ଶରୀରରେ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସୂଚନା ମିଳିଛି । ସୂଚନାନୁଯାୟୀ, ଦୀପକ ଦିଲ୍ଲୀର ଶାସ୍ତ୍ରୀ ଭବନର ସପ୍ତମ ମହଲା ବାଲକୋନିରେ ଠିଆ ହୋଇ ଫୋନରେ କଥା ହେଉଥିଲେ । ସେହି ସମୟରେ ହଠାତ୍ ଏକ ମାଙ୍କଡ ତାଙ୍କ ପାଖକୁ ଆସିଥିଲା । ସେ ଭୟଭୀତ ହୋଇ ପଛକୁ ପଛ ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦୁର୍ଭାଗ୍ୟବସତଃ ସେ କୋଠାରୁ ଖସି ପଡ଼ିଥିଲେ । ଫଳରେ ତାଙ୍କ ଅବସ୍ଥା ଗମ୍ଭୀର ହୋଇପଡିଥିଲା । ତେଣୁ ତାଙ୍କ ଚିକିତ୍ସା ପାଇଁ ଆହତ ଅଧିକାରୀଙ୍କୁ ତୁରନ୍ତ RML ହସ୍ପିଟାଲକୁ ନିଆଯାଇଥିଲା । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ସମ୍ପର୍କରେ ଜାଣିବା ପାଇଁ CCTV ଫୁଟେଜ୍ ଉପରେ ନଜର ରଖାଯାଇଛି । ଏହା ବ୍ୟତୀତ ଘଟଣାସ୍ଥଳରେ ଉପସ୍ଥିତ ଥିବା କର୍ମଚାରୀମାନଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି । ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ ଯେ, ଉତ୍ତର ପ୍ରଦେଶରେ ମଧ୍ୟ ଏପରି ଭାବେ ସମାନ୍ ଘଟଣା ଦେଖିବାକୁ ମିଳିଥିଲା । ଯେଉଁଥିରେ ଏକ ମାଙ୍କଡ଼ ଆକ୍ରମଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ବିବେକ ବିହାର କଲୋନୀରେ ଏକ ପରିବାରର ତିନି ଜଣ ସଦସ୍ୟ ସ୍କୁଟରରେ ଯାଉଥିବା ସମୟରେ ମାଙ୍କଡ଼ର ଏକ ଦଳ ଆକ୍ରମଣ କରିଥିଲେ । ମାଙ୍କଡ଼ଠାରୁ ରକ୍ଷା ପାଇବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ମାଙ୍କଡ଼ମାନେ ସେମାନଙ୍କର ପିଛା କରିବା ଛାଡି ନଥିଲେ ।  ସେମାନେ ପ୍ରାଣ ବିକଳରେ ଅଜଣା ଲୋକଙ୍କ ଘରେ ପଶିଯାଇଥିଲେ ।
Leave A Reply

Your email address will not be published.