ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ମୃତ ଜଣେ ଗୁରୁତର

add-all

ଚିକିଟୀ : ଏହି ବ୍ଲକ କେ. ନୂଆଗାଁ ଥାନା ଅର୍ନ୍ତଗତ କଳିଙ୍ଗଦୋଳା ନିକଟ ବାହୁଦା ନଦୀରେ ବୁଡ଼ି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗଡଗୋବିନ୍ଦପୁର ଗ୍ରାମ ପଞ୍ଚାୟତ କଳିଙ୍ଗଦୋଳା ଗ୍ରାମର ପ୍ରକାଶ ଚନ୍ଦ୍ର ବେହେରା ଙ୍କ ସ୍ତ୍ରୀ ଉଷା ବେହେରା ବୟସ ପ୍ରାୟ (୫୫) ଝିଅ ଅନୁସୟା ବେହେରା ବୟସ ପ୍ରାୟ (୩୩) ନାତୁଣୀ ସୋନାଲି ବେହେରା ବୟସ ପ୍ରାୟ (୭) ଓ ନାତି ଆଦିତ୍ୟ ବେହେରା ବୟସ ପ୍ରାୟ (୪) ଗୋଟିଏ ପରିବାରର ଏହି ଚାରିଜଣ ନବରାତ୍ର ପୂଜା ଦେଖିବା ପାଇଁ ନିକଟସ୍ଥ ନିଜ ଗ୍ରାମ ପାର୍ଶ୍ଵରେ ପ୍ରବାହିତ ବାହୁଦା ନଦୀର ଅପର ପାର୍ଶ୍ୱରେ ଥିବା ମା ରତ୍ନେଶ୍ଵରୀ ମନ୍ଦିର କୁ ବସ ଯୋଗେ ଯାଇ ମାଙ୍କ ଦର୍ଶନ ଓ ପ୍ରସାଦ ସାରି ଉକ୍ତ ନଦୀକୁ ପାର ହୋଇ ନିଜ ଘରକୁ ଫେରିବା ସମୟରେ ପାଣିର ସ୍ରୋତରେ ଭାସି ଏକ ଗଣ୍ଡରେ ଫସି ଯାଇଥିଲେ। ଚିତ୍କାର ଶୁଣି ନିକଟରେ ଥିବା ଲୋକ ଦୌଡ଼ି ଯାଇ ଉକ୍ତ ଚାରିଜଣ ଙ୍କୁ ଉଦ୍ଧାର କରିବା ସମୟରେ ସମସ୍ତେ ସମ୍ପୂର୍ଣ୍ଣ ଭାବେ ଅଚେତ ଅବସ୍ଥାରେ ଥିଲେ। ସଙ୍ଗେ ସଙ୍ଗେ ଆଖ ପାଖ ଅଞ୍ଚଳର ଲୋକେ ବାଇକ ଓ କାର ମାଧ୍ୟମରେ ନିକଟସ୍ଥ ଚିକିଟୀ ମେଡ଼ିକାଲକୁ ନେଇଥିଲେ। ମେଡ଼ିକାଲ ରେ ପହଞ୍ଚିଲା ବେଳକୁ ଉଷା, ଅନୁସୟା ଓ ଆଦିତ୍ୟ କୁ ଡକ୍ଟର ମୃତ ଘୋଷଣା କରିଥିବା ବେଳେ ସୋନାଲି ର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଅତି ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।

ad-week
Leave A Reply

Your email address will not be published.