ଲହୁଣୀପଡ଼ାରେ ମହା ଦୁର୍ଗାଷ୍ଟମୀ ଉତ୍ସବ ପାଳିତ

youtube

ବଣାଇ : ଲହୁଣୀପଡ଼ାରେ ଦୁର୍ଗା ବାହିନୀ ତରଫରୁ ମହା ଦୁର୍ଗାଷ୍ଟମୀ ଉତ୍ସବ ଧୁମ୍ ଧାମରେ ପାଳିତ ହୋଇଯାଇଅଛି । ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ସର୍ବପ୍ରଥମେ ଦୁର୍ଗା ମାତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା କରି ଶସ୍ତ୍ର ପୂଜନ କରାଯାଇଥିଲା । ପରେ ସପ୍ତଶ୍ଳୋକି ଚଣ୍ଡିପାଠ କରାଯାଇଥିଲା । ଏହାପରେ ପ୍ରାନ୍ତ ସଂଯୋଜିକା ସୁଶ୍ରୀ କଳ୍ପନା ଓରାମ ଅତିଥି ପରିଚୟ କରିଥିଲେ । ମୁଖ୍ୟବକ୍ତା ଭାବରେ ଦୁର୍ଗା ବାହିନୀ ରାଷ୍ଟିୟ ସଂଯୋଜିକା ସୁଶ୍ରୀ ପ୍ରଜ୍ଞା ପରମିତା ମାହାଲା ଉପସ୍ଥିତ ରହିଥିଲେ । ଆଜିର ସମୟରେ ରାଷ୍ଟ୍ର ଗଠନ ଦିଗର ହିନ୍ଦୁ ମହିଳାଙ୍କ ଅବଦାନ ଓ ବଳିଦାନ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ମୁଖ୍ୟଅତିଥି ଭାବେ ବିଶ୍ବ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ହୃଦୟ କୁମାର ମାହାନ୍ତ ଉପସ୍ଥିତ ରହିଥିଲେ ।ସଭା ଶେଷରେ ଦୁର୍ଗା ମାତାଙ୍କ ଆଳତୀ କରାଯାଇ ଶାନ୍ତି ମନ୍ତ୍ର ଓ ଜୟଘୋଷ କରା ଯାଇଥିଲା । ଏହାପରେ ଏକ ଶୋଭାଯାତ୍ରା ବାହାର କରାଯାଇ ଦୁର୍ଗା ବାହିନୀ ଭଉଣୀ ମାନଙ୍କ ଦ୍ୱାରା ସ୍ଥାନେ ସ୍ଥାନେ ଆଖଡ଼ା ଓ ଲାଠି ଖେଳର ପ୍ରଦର୍ଶନ କରା ଯାଇଥିଲା ଯାହା ଲୋକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପୁଲିସ ପ୍ରାଶାସନ ଦ୍ବାରା ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା କରାଯାଇ ଥିଲା । ସ୍ଥାନୀୟ ବଜରଙ୍ଗ ଦଳର କର୍ମୀମାନଙ୍କ ପ୍ରତ୍ୟକ୍ଷ ସହଯୋଗ ରହିଥିଲା ।

Leave A Reply

Your email address will not be published.