ବରିଷ୍ଠ ବିଜେପି ନେତା ବିଜୟ କୁମାର ମଲହୋତ୍ରାଙ୍କ ପରଲୋକ

youtube

ଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏବଂ ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ବିଜୟ କୁମାର ମଲହୋତ୍ରାଙ୍କ ପରଲୋକ ଘଟିଛି । ଅସୁସ୍ଥତା ଯୋଗୁଁ ସେ ଦୀର୍ଘ ଦିନରୁ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଥିଲେ ।  ଏହାରି ମଧ୍ୟରେ ସେ ୯୪ ବର୍ଷ ବୟସରେ ଆଖି ବୁଜିଛନ୍ତି । ରାଜନୈତିକ କ୍ଷେତ୍ରରେ ତାଙ୍କର ଅବଦାନ ଖୁବ୍ ରହିଛି । ତାଙ୍କ ମୃତ୍ୟୁକୁ ଭାରତୀୟ ରାଜନୀତି ଏବଂ ଦିଲ୍ଲୀ ବିଜେପି ପାଇଁ ଏକ ବଡ଼ କ୍ଷତି ବୋଲି କୁହାଯାଉଛି ।

ସୂଚନାନୁଯାୟୀ, ସେ ୪୫ ବର୍ଷ ଧରି ରାଜନୀତି କ୍ଷେତ୍ରରେ ରହି ସମାଜ ସେବାରେ ନିଜକୁ ନିୟୋଜିତ ହୋଇଥିଲେ । ସେ ତାଙ୍କ ଏହି ରାଜନୈତିକ କ୍ୟାରିୟରରେ ୫ ଥର ସାଂସଦ ଏବଂ ୨ଥର ବିଧାୟକ  ଥିଲେ । ଯିଏକି ଦିଲ୍ଲୀରେ ବିଜେପିକୁ ସୁଦୃଢ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ । ୧୯୯୯ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ହରାଇଥିଲେ । ଯାହା ତାଙ୍କର ସର୍ବଶ୍ରେଷ୍ଠ ରାଜନୈତିକ ସଫଳତା ବୋଲି କୁହାଯାଉଛି । ୨୦୦୪ ସାଧାରଣ ନିର୍ବାଚନରେ, ସେ ଦିଲ୍ଲୀରୁ ବିଜେପିର ଏକମାତ୍ର ବିଜୟୀ ପ୍ରାର୍ଥୀ ଥିଲେ ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ସେ କେବଳ ଜଣେ ରାଜନେତା ନଥିଲେ ବରଂ ଜଣେ ଶିକ୍ଷାବିତ୍ ମଧ୍ୟ ଥିଲେ । ସେ ହିନ୍ଦୀ ସାହିତ୍ୟରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ । କ୍ରୀଡା ପ୍ରଶାସନରେ ମଧ୍ୟ ସେ ସାମିଲ ଥିଲେ । ଯାହା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ଭାବରେ କାର୍ଯ୍ୟ କରିବ।

Leave A Reply

Your email address will not be published.