
ଦିଲ୍ଲୀ: ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନକୁ ଆଜି ମିଳିଛି ବୋମା ଧମକ । ଏହି ଖବର ଶୁଣିଲା ପରେ ସମସ୍ତେ ଭୟଭୀତ ହୋଇଛନ୍ତି । ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଛି । ଏନେଇ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।
ସୂଚନା ଅନୁସାରେ ଇଣ୍ଡିଗୋ ବିମାନ ୬ ଇ ୭୬୨ରେ ପାଖାପାଖି ୨୦୦ ଲୋକ ଯାତ୍ରୀ ରହିଥିଲେ । ସୁରକ୍ଷା ଏଜେନ୍ସି ଯାଞ୍ଚ କରିବା ପରେ ଏହାର ସତ୍ୟତା ଜଣା ପଡିଥିଲା । ଏହି ବିମାନ ଏୟାରବେସ୍ ଏ୩୨୧ନୂଆ ଥିଲା । ଏହା ସକାଳ ସମୟରେ ପ୍ରାୟ ୭-୫୩ରେ ସୁରକ୍ଷିତ ଭାବରେ ଦିଲ୍ଲୀ ବିମାନବନ୍ଦରରେ ଓହ୍ଳାଇଥିଲା । ତେବେ ବିମାନ କର୍ତ୍ତୁପକ୍ଷଙ୍କ ସରକାରୀ ବୟାନକୁ ଅପେକ୍ଷା କରାଯାଇଛି ।