
କଟକ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାରରେ କଟକର ବିଭିନ୍ନ ପୂଜା ମଣ୍ଡପ ମାଆ ଦୂର୍ଗାଙ୍କୁ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୂର୍ବାହ୍ନ ରେ ମଣ୍ଡପ ରେ ମା ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଅପରାହ୍ନରେ ପୁଣି ମୁଖ୍ୟମନ୍ତ୍ରୀ ଚୌଧୁରୀ ବଜ଼ାର, ପିଠାପୁର, ଝୋଲସାହି ଚାନ୍ଦିନୀ ଚୌକ ଓ ମାର୍କଟନଗର ଅଂଚଳ ରେ ଥିବା ପୂଜା ମଣ୍ଡପ ରେ ମାଙ୍କୁ ଦର୍ଶନ କରିଥିଲେ ।
ସ୍ଥାନୀୟ ପ୍ରଦକ୍ଷଣ ଗୃହ ସାମ୍ବାଦିକମାନକୁ କଟକ ସହର ର ପୂଜା ବିଷୟରେ ଆଲୋଚନା କରିଥିଲେ । ଐତିହାସିକ ବଲିଯାତ୍ର ବିଷୟରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି ଐତିହ କୁ ପ୍ରଧାନ୍ୟ ଦେଇ ହେବ ବଲିଯାତ୍ର। ଓଡିଶା ହାଇକୋର୍ଟ ଙ୍କ ଠାରୁ ଅନୁମତି ନେଇ ଉପର ଓ ତଳ ପଡ଼ିଆରେ ବଲିଯାତ୍ରା ଆୟୋଜନ କରାଯିବ ବୋଲି ସୂଚନା ଦେଇଛନ୍ତି । ଉପର ପଡ଼ିଆ ରେ ପାରମ୍ପରିକ ସାମଗ୍ରୀ ଷ୍ଟଲ କରାଯାଇପାରେ।
ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।