ଗାନ୍ଧୀ ଜୟନ୍ତୀ ରେ ବାପୁ ଙ୍କ ୩ ମାଙ୍କଡ଼ ଉପଖ୍ୟାନ ମନେ ପଡେ :ଦେଶର ଅବସ୍ଥା ଆଜି ଏମିତି ଚାଲିଛି..!

add-all


ବ୍ରହ୍ମପୁର: ସରକାର ଶୁଣୁନି – ନ୍ୟାୟ ପାଳିକା ଦେଖୁନି – ମିଡ଼ିଆ କିଛି କହୁନି- ନୀତିରେ ଆଜି ଦେଶ ଚାଲୁଛି ବୋଲି ଚର୍ଚ୍ଚା ହେଉଛି। ସାଧରଣ ଜନତା ଙ୍କ ଦୁଃଖ ସୁଖ ଓ କୌଣସି କଥା ଏବେ ସରକାର ଶୁଣୁନି। ଅଧିକାଂଶ ସ୍ଥାନରେ ନ୍ୟାୟ ପାଳିକା ଚାପରେ ପଡ଼ି ଦୁର୍ନୀତି ଦେଖୁନି। ଗୋଦି ମିଡ଼ିଆ ଚାଟୁକାର ସାଜି ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲୁନି ବୋଲି ସବୁ ଆଡ଼େ ଚର୍ଚ୍ଚା ର ବିଷୟ ହୋଇଛି। ଆଜି ସାଧରଣ ଲୋକେ ମାହାତ୍ମା ଗାନ୍ଧିଜୀ ଙ୍କ ତିନୋଟି ମାଙ୍କଡ଼ କୁ ମନେ ପକାଉଛନ୍ତି। ଆଜି ଦରଦାମ ବୃଦ୍ଧି,ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ନାରୀ ନିର୍ଯ୍ୟା ତନା, ଦୁର୍ନୀତି ଓ ବିତ୍ତଶାଳୀ ପ୍ରୀତି ପାଇଁ ରାଜନୈତିକ ଦଳ ସମ୍ପୃକ୍ତ ଥିବା ଯୋଗୁଁ ଆଜି ସମସ୍ତ ଶାସନ ବ୍ୟବସ୍ଥା ଭୁଶୁଡି ପଡ଼ି ଥିବା ଦେଖିବାକୁ ମିଳିଛି। କୌଣସି ରାଜନୈତିକ ଦଳ ବେରୋଜ ଗାରୀ ,ଶିକ୍ଷା, ଆର୍ଥିକ ବ୍ୟବସ୍ଥା ବିଷୟ ରେ ଚାର୍ଚ୍ଚା ନକରି କେଵଳ ଗୋଡ଼ ଝିକା ଝିକି ରେ ବ୍ୟସ୍ତ ରହୁଥିବା ଯୋଗୁଁ ଆଜି ଦେଶର ଅଵସ୍ଥା ଏହି ପରି ହୋଇଛି, ବୋଲି ବୁଦ୍ଧିଜୀବି ଆଲୋଚନା କରୁଛନ୍ତି।ଦୀର୍ଘ ବର୍ଷ ହେଲା ଆମ ପଡୋଶୀ ରାଷ୍ଟ୍ରରେ ଏଭଳି ଅବସ୍ଥା ଯୋଗୁଁ ଯୁବ ପିଢ଼ି ରାଜରାସ୍ତା କୁ ଆସି ପ୍ରତିବାଦ କରି ଦେଶର ମୁଖିଆ ମାନଙ୍କୁ ନିଜ ପଦବୀ ଛାଡିବାକୁ ବାଧ୍ୟ କରିଥିବାର ନଜିର ରହିଛି। ଦେଶରେ ବର୍ତ୍ତମାନ ରାଜନୈତିକ ଦଳ ମାନେ କ୍ଷମତା ଲଢ଼େଇ ଚୌକି ଦଖଲ ଓ ନିଜ ଦଳକୁ କିପରି ମଜବୁତ କରିବାରେ ବ୍ୟସ୍ତ ରହୁଛନ୍ତି। ଆଗାମୀ ପୀଢ଼ି ପାଇଁ ଏହା ଶୁଭଙ୍କର ନୁହେଁ ବୋଲି ଗାନ୍ଧିବାଦୀର ଚିନ୍ତାଧାରା ର ବ୍ୟକ୍ତି ମାନେ ମତପୋଷଣ କରୁଛନ୍ତି।

ad-week
Leave A Reply

Your email address will not be published.