
ଭୁବନେଶ୍ୱର : ଫିକା ପଡ଼ିଲା ପୂଜା ମଉଜ । ରାଜଧାନୀରେ ଦୁର୍ଗା ପୂଜା ବୁଲିବା ବେଳେ ମୋବାଇଲ, ଟଙ୍କା, ବ୍ୟାଗ୍ ଓ ଅଳଙ୍କାର ଲୁଟ୍ । ପାଖାପାଖି ୫୦୦ରୁ ଅଧିକ ମୋବାଇଲ ଏବଂ ୧୦୦ ରୁ ଅଧିକ ଅଳଙ୍କାର ଛିନତାଇ ଅଭିଯୋଗ ହୋଇଛି । ପୂଜାର ମଜା ନେବା ବେଳେ ଅନେକ ଲୋକ ପକେଟମାର ଓ ଲୁଟର ଶିକାର ହୋଇଛନ୍ତି । ଭୁବନେଶ୍ୱରରେ ବିଭିନ୍ନ ଥାନାରେ ଲୁଟ ସଂପର୍କିତ ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନାରେ ଅଭିଯୋଗ କରିବାକୁ ଲୋକଙ୍କ ଭିଡ଼ ।
ମୋବାଇଲ ଲୁଟ ନେଇ ଥାନାରେ ଅନେକ ଲୋକ ଅଭିଯୋଗ କରିଛନ୍ତି । ସୁନା ଚେନ ଲୁଟ ହୋଇଥିବା ସହିଦ ନଗର ଥାନାରେ ଜଣେ ମହିଳା ଅଭିଯୋଗ କରିଛନ୍ତି । ମଣ୍ଡପ ବାହାରେ ବୁଲୁଥିବା ବେଳେ ସୁନା ଚେନ ନେଇ ଛୁ ମାରିଥିଲେ ଦୁର୍ବୃତ୍ତ । ଯାହା ସୂଚନା ରହିଛି, ପାଖାପାଖି ୫୦୦ରୁ ଅଧିକ ମୋବାଇଲ ଫୋନ ଏବଂ ୧୦୦ରୁ ଅଧିକ ଅଳଙ୍କାର ଲୁଟ ହୋଇଥିବା ବିଭିନ୍ନ ଥାନାରେ ଅଭିଯୋଗ କରାଯାଇଛି ।