
ଢେଙ୍କାନାଳ: ଭୁଶୁଡ଼ି ପଡିଲା ଲାଇଟ୍ ଗେଟ୍ । ପ୍ରବଳ ବର୍ଷା ପବନରେ ଢେଙ୍କାନାଳ ସହରରେ ଲାଇଟ୍ ଗେଟ୍ ଭୁଶୁଡ଼ି ପଡ଼ିଛି । ଦକ୍ଷିଣକାଳୀଠାରେ ରାସ୍ତା ଉପରେ ଭାଙ୍ଗି ପଡିଛି । ତେବେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ଅଗ୍ନିଶମ ବାହିନୀ ପହଞ୍ଚି ବାଉଁଶ ଗୁଡ଼ିକ କାଟି ରାସ୍ତା ସଫା କରିଛି ।
ଆସନ୍ତା ୬ ତାରିଖରେ ଲକ୍ଷ୍ମୀ ପୂଜା ପାଇଁ ହୋଇଥିଲା ଲାଇଟ ଗେଟ୍ । ସହରର ୩୮ଟି କମିଟି ପକ୍ଷରୁ ଏକାଧିକ ଲାଇଟ୍ ଗେଟ୍ ଓ ତୋରଣ ତିଆରି ଚାଲିଛି । ଲଗାଣ ବର୍ଷା ଓ ପବନରୁ ଗେଟଟି ଭାଙ୍ଗି ରାସ୍ତାରେ ପଡିଥିଲା । ତେବେ ସେହି ସମୟରେ ଗାଡ଼ି ଚଲାଚଳ କମ ଥିବାରୁ କାହାର କୌଣସି କ୍ଷତି ହୋଇନାହିଁ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ କାଟି ସଫା କରିବା ପରେ ଗାଡିଚଳାଚଳା ସ୍ବାଭାବିକ ହୋଇଛି ।