ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ନଦୀକୁ ଖସିପଡ଼ିଲା ଟ୍ରାକ୍ଟର, ୧୧ ମୃତ

youtube

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଖଣ୍ଡୱାରେ ଅଘଟଣ । ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ନଦୀକୁ ଟ୍ରାକ୍ଟର ଖସି ୧୧ ମୃତ । ଟ୍ରାକ୍ଟର ଡାଲାରେ ମୂର୍ତ୍ତି ସମେତ ୧୪ରୁ ଅଧିକ ଲୋକ ଉପସ୍ଥିତ ରହି ବିସର୍ଜନ ପାଇଁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ଟ୍ରାକ୍ଟର ହଠାତ ଷ୍ଟାର୍ଟ ହୋଇ ବ୍ରିଜ୍  ଉପରୁ ନଦୀକୁ ଖସି ପଡ଼ିଥିଲା ।

ସୂଚନାନୁଯାୟୀ, ପନ୍ଧନା ପୋଲିସ ଥାନା ଅଧୀନ ଜାମାଲି ଅଞ୍ଚଳସ୍ଥ ଅବନା ନଦୀରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଭରାନଈକୁ ଖସି ପଡ଼ିଥିବା ଜଣାପଡିଛି । ଫଳରେ ୧୪ ଜଣ ପାଣିରେ ବୁଡ଼ି ନିଖୋଜ ଥିଲେ । ପରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନଦୀରୁ ୧୧ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି । ଗ୍ରାମାଞ୍ଚଳ ଥାନା, ଆସିଷ୍ଟାଣ୍ଟ SP ଅଭିଷେକ ରଞ୍ଜନ କହିଛନ୍ତି, ମୂର୍ତ୍ତି ବିସର୍ଜନ ପାଇଁ ଟ୍ରାକ୍ଟର୍ ଟି ବ୍ରିଜ୍  ଉପରେ ଛିଡ଼ା ହୋଇଥିବା ବେଳେ ଦୁର୍ଭାଗ୍ୟ ବସତଃ ଜଣେ ୧୨ ବର୍ଷର ନାବାଳକ ଟ୍ରାକ୍ଟରର ଷ୍ଟାର୍ଟ ବଟନ୍  ମାରି ଦେଇଥିଲା । ଫଳରେ ଟ୍ରାକ୍ଟର ହଠାତ ଷ୍ଟାର୍ଟ ହୋଇ ନଦୀ ଭିତରକୁ ଖସି ପଡ଼ିଥିଲା ଓ ଏଥିରେ ପାଣିରେ ବୁଡ଼ି ୧୪ ଜଣ ନିଖୋଜ ହୋଇଥିଲେ ।

ଅନ୍ୟପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନିଜ ଏକ୍ସ ହ୍ୟାଣ୍ଡେଲ୍ ରେ ମୃତ୍ୟୁ ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହାସହ ପ୍ରତି ମୃତକଙ୍କ ପରିବାର ପିଛା ୪ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.