ରାଇଘର ଅଞ୍ଚଳ ଏବେ ଚୋରଙ୍କ ଚରାଭୂଇଁ : ନିଘୋଡ଼ ନିଦରେ ପୋଲିସ..!

youtube

ଚୋରକୁ ଧରିବାକୁ ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ..

ରାଇଘର ପୋଲିସ ର ଆଦାୟ ପ୍ରବଳ କାମ ଦୁର୍ବଳ..!

ଉମରକୋଟ,( ୦୪ ଅକ୍ଟୋବର ୨୦୨୫) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୋଦଭାଟା ସାହି ପରିସରରେ ଦିନକୁ ଦିନ ଚୋରି ଓ ଡକାୟିତି ଘଟଣା ଦିନକୁ ଦିନ ବୃଦ୍ଧି ପାଇବା ରେ ଲାଗିଛି, ଯାହାଫଳରେ ଲୋକେ ରାତିରେ ଭୟରେ ଶୋଇ ପାରୁ ନାହାନ୍ତି। ସଞ୍ଜ ବେଳରୁ ଆରମ୍ଭ କରି ଗଭୀର ରାତି ପର୍ଯ୍ୟନ୍ତ ଚୋରମାନେ ସକ୍ରିୟ ରହୁଛନ୍ତି। ବାହାରେ ପୋଲିସ ଟହଲ ମାରୁଛି କିନ୍ତୁ ଚୋରି ଘଟଣାକୁ ପ୍ରତିରୋଧ କରିବାରେ ପୋଲିସ ପ୍ରଶାସନ ଅସମର୍ଥ ହେବାକୁ ନେଇ ବୁଦ୍ଧିଜୀବୀ ଓ ସାଧାରଣ ରେ ପୋଲିସ ପ୍ରଶାସନ ର ପାରିବା ପଣ ପ୍ରତି ଆଙ୍ଗୁଠି ଉଠାଇବା ସ୍ୱାଭାବିକ ହୋଇଛି । ଏଠାରେ ସୂଚନା ଥାଉକି ପୂର୍ବରୁ ଗତ ୧୩ ଜୁନ ୨୦୨୫ ରେ କୋଦଭାଟା ସାହିରେ ଘଟିଥିବା ଡକାୟତି ଘଟଣା ଆଜି ପର୍ଯ୍ୟନ୍ତ ଲୋକମାନଙ୍କ ମନରୁ ଲିଭି ନାହିଁ। ସେହି ଦିନ ସନ୍ଧ୍ୟା ୮ଟା ସମୟରେ ସୁନା ବ୍ୟାପାରୀ ରାମ ଡାକୁୟା ତାଙ୍କର ସ୍ତ୍ରୀ ସହ ଘରକୁ ଫେରୁଥିଲେ। ପାଚେରୀ ଭିତରେ ପୂର୍ବରୁ ଲୁଚିଥିବା ଅଜଣା ଦୁର୍ବୃତ୍ତମାନେ ସେମାନଙ୍କୁ ଆକସ୍ମିକ ଆକ୍ରମଣ କରି ଲହୁଲୁହାଣ କରି ସୋନା-ରୁପା ଅଲଙ୍କାର ସହ ସମଗ୍ର ଟଙ୍କା ଗୁଳି ଫୁଟେଇ ଲୁଟି ନେଇଥିଲେ। ଆଜି ପର୍ଯ୍ୟନ୍ତ ସେହି ଘଟଣାରେ କୌଣସି ଅଭିଯୁକ୍ତ ଗିରଫ ହୋଇନାହାନ୍ତି। ପୋଲିସ ଚୋର କୁ ଧରିବାକୁ ଅନ୍ଧାର ରେ ବାଡ଼ି ବୁଲାଉଛି କିଛି ନିରୀହ ଲୋକଙ୍କୁ ଥାନା କୁ ଡାକି ପୋଲିସ ଥାର୍ଡ଼ ଡିଗ୍ରୀ ପ୍ରୟୋଗ କରିଥିବା କୁ ନେଇ ମଧ୍ୟ ଅଭିଯୋଗ ହୋଇଥିବା ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଘଟଣା କୁ ନେଇ ତିନି ମାସ ବିତି ଯାଇଥିଲେ ବି, ପୋଲିସର ହାତ ଖାଲି। ପୋଲିସ ପ୍ରଶାସନ ପାଖରେ ଉକ୍ତ ଡକାୟତି ଘଟଣା ର ଆଜି ଯାଏ କୌଣସି ସୁରାଗ ପୋଲିସ କୁ ମିଳାଇପାରି ନାହିଁ, ଯାହାକୁ ନେଇ ସାଧାରଣ ରେ ଅତ୍ୟନ୍ତ ଅସନ୍ତୋଷ ଓ ପୋଲିସ ପ୍ରତି ଅବିଶ୍ୱାସ ସୃଷ୍ଟି ହୋଇଛି। ରାଇଘର ପୋଲିସ ର ଆଦାୟ ପ୍ରବଳ କିନ୍ତୁ କାମ ଦୁର୍ବଳ ବୋଲି ବିଭିନ୍ନ ଖଟିରେ ଆଲୋଚନା ହେଉଛି l ପୁଣି ଥରେ ରାଇଘର କୋଦାଭେଟ ସାହିରେ ଚୋରି ଘଟଣା ଲୋକଙ୍କୁ ଭୟ ଭିତ କରିଛି, ସୂଚନା ଥାଉକି କୋଦଭାଟା ନିବାସୀ ଉପେନ୍ଦ୍ର ଗଣ୍ଡ ଦଶହେରା ପାଳନ ପାଇଁ ନିଜ ଗାଁ ହଳଦୀକୁ ପରିବାର ସହ ଯିବା ସମୟରେ ଘରେ ତାଲା ମାରି ଯାଇଥିଲେ। କିନ୍ତୁ ୩ ଅକ୍ଟୋବର ୨୦୨୫ ଦିନ ସେ ଘରକୁ ଫେରି ଦେଖିଲେ ଘରର ମୂଖ୍ୟ ତାଲା ଭାଙ୍ଗି ତଳେ ପଡ଼ିଛି ସିସିଟିଭି କ୍ୟାମେରାର ହାର୍ଡଡିସ୍କ ବୋର୍ଡ ଉଠାଇ ନେଇ ଚୋର ମାନେ ଭାଙ୍ଗି ଦେଇ ଛନ୍ତି ଏବଂବେଡ଼ରୁମ ଆଲମିରା ଭାଙ୍ଗି ଜିନିଷପତ୍ର ସବୁ ନଷ୍ଟ ଓ ମୂଲ୍ୟବାନ ଜିନିଷ ପତ୍ର ଲୁଟ କରି ନେଇଛନ୍ତି ଯାହାକୁ ନେଇ ରାଇଘର ଥାନାରେ ସୂଚନା ଦେବା ସହିତ ଏକ ଲିଖିତ ଅଭିଯୋଗ କରାଯାଇଛି, କିନ୍ତୁ ପୋଲିସ ଆସି ଅତି ଖମା ଖିଆଲ ରେ କେବଳ ଯାଞ୍ଚ କରି ଫେରି ଯାଇଥିବା ନେଇ ଲୋକମାନଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି ହୋଇଛି। ରାଇଘର ପୋଲିସ କେବଳ ବଟି ଆଦାୟ ରେ ବ୍ୟସ୍ତ ରହୁଛି ଏବଂ ଗାଡି ଯାଞ୍ଚ ରେ ବ୍ୟସ୍ତ ରହି ନିଜ ପକେଟ ଗରମ କରୁଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଏଠାରେ ମାଫିଆ ମାନଙ୍କୁ ମିଳୁଛି ରାଜକୀୟ ସଂମ୍ମାନ କିନ୍ତୁ ସାଧାରଣ ଲୋକ ପାଉନାହାନ୍ତି ନ୍ୟାୟ l ଏଥି ପ୍ରତି ଜିଲ୍ଲା ଆରକ୍ଷୀ ଅଧିକାରୀ ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହୋଇଛି l

Leave A Reply

Your email address will not be published.