
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ୯ ଜଣ ଶିଶୁଙ୍କ ଜୀବନ ଯିବା ପରେ କଫ୍ ସିରପକୁ ବ୍ୟାନ କରିଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଡ଼ା କାର୍ଯ୍ୟାନୁଷ୍ଠାନ କରି କଫ୍ ସିରପକୁ ସମଗ୍ର ରାଜ୍ୟରେ ବ୍ୟାନ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ମଧ୍ୟପ୍ରଦେଶ ଛିନ୍ଦୱାଡାରେ କଫ୍ ସିରପ କାରଣରୁ ହୋଇଥିବା ପିଲାଙ୍କ ମ୍ତ୍ୟୁ ପାଇଁ ବହୁତ ଦୁଃଖିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଏହି କଫ୍ ସିରପକୁ ବ୍ୟାନ କରିଦିଆଯାଇଛି । ସିରପ ତିଆରି କରୁଥିବା କମ୍ପାନୀ ଅନ୍ୟ ପ୍ରଡକ୍ଟ ଉପରେ ମଧ୍ୟ ବ୍ୟାନ୍ ଲଗାଯାଇଛି । ସିରପ ତିଆରୁ କରୁଥିବା ଫ୍ୟାକ୍ଟ୍ରି କାଂଚିପୁରମରେ ରହିଛି । ଆଉ ଏହି ଘଟଣା ବିଷୟରେ ଜାଣିବା ପରେ ରାଜ୍ୟ ସରକାର ତାମିଲନାଡୁ ସରକାରଙ୍କୁ ଯାଞ୍ଚ ପାଇଁ କହିଥିଲେ । ଯାହାର ରିପୋର୍ଟ ଆସିଛି । ଆଉ ଏହି ରିପୋର୍ଟକୁ ଆଧାର କରି ଆକ୍ସନ ନିଆଯାଇଛି ।
ତେବେ ଏହି ଘଟଣା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିନରେ ଥିବା ଡିଜିଏଚଏସ୍ କହିଛି ସାଧାରଣତଃ ୫ ବର୍ଷରୁ କମ ବୟସର ଶିଶୁଙ୍କୁ କଫ୍ ସିରପ୍ ସେବନ ପାଇଁ ସୁପାରିଶ କରାଯାଏ ନାହିଁ । କେବଳ ବୟସ୍କ ଓ ବୃଦ୍ଧବୃଦ୍ଧାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଫ୍ ସିରପ୍ ଦିଆଯାଇଥାଏ । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ସରକାର ଜାରି କରିଥିବା ଉପଦେଶାବଳୀ କୁହାଯାଇଛି ଯେ ପିଲାମାନଙ୍କ କାଶ ବିନା ଔଷଧ ଠିକ ହୋଇଯାଏ ।