ଭୁବନେଶ୍ବର ଏୟାରପୋର୍ଟରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ

youtube

ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରରୁ ମାରିଜୁଆନା ଜବତ । ୩ କୋଟି ଟଙ୍କାର ମାରିଜୁଆନା ଜବତ କଲା କଷ୍ଟମ ବିଭାଗ । ଏହି ମାମଲାରେ କଷ୍ଟମ ବିଭାଗ ଭୁବନେଶ୍ୱର ଏୟାରପୋର୍ଟରୁ ଜଣକୁ ଉଠାଇ ନେଇଛି । ୩ କେଜି ୨୦୦ ଗ୍ରାମ ମାରିଜୁଆନା ସହ କେରଳର ଯୁବକ ଗିରଫ ।  ବ୍ୟାଙ୍କକରୁ ଚାଲାଣ ବେଳେ ଭୁବନେଶ୍ୱରରେ ଯୁବକ ଜଣକ ଧରାପଡ଼ିଛନ୍ତି । ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା ଜାରି ରହିଛି । ଲଗେଜ ବ୍ୟାଗ୍‌ରୁ ଚେକିଂ ବେଳେ ୩.୨ କିଲୋ ମାରିଜୁଆନା ମିଳିଛି ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୩ ତାରିଖରେ ମଧ୍ୟ ଭୁବନେଶ୍ବର ବିମାନବନ୍ଦରରୁ କଷ୍ଟମ୍‌ ଅଧିକାରୀମାନେ ୪ ‌କୋଟି ଟଙ୍କାର ନିଷିଦ୍ଧ ଡ୍ରଗ୍‌ସ ମାରିଜୁଆନା ଜବତ କରିଥିଲେ । ଏହା ବ୍ୟାଙ୍କକ୍‌ରୁ ଭୁବନେଶ୍ବର ଆସିଥିବା ପ୍ରେମୀଯୁଗଳଙ୍କଠାରୁ ଏହା ଜବତ ହୋଇଥିଲା ।  ବିମାନରେ ଜଣେ ଯୁବକ ଓ ଜଣେ ଯୁବତୀ ନିଶାଦ୍ରବ୍ୟ ଆଣୁଥିବା ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ କଷ୍ଟମ୍‌ ଅଧିକାରୀମାନେ ଚେକିଂ କରିଥିଲେ ।

Leave A Reply

Your email address will not be published.