କଟକରେ ଉତ୍ତେଜନା ପରେ ସହର ବୁଲି ସ୍ଥିତି ପରଖିଲେ ଡିଜିପି

add-all

କଟକ: କଟକରେ ରବିବାର ଉତ୍ତେଜନା ସୃଷ୍ଟି ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ରାତି ପ୍ରାୟ ୯ଟାରେ ଡିଜିପି ଓ୍ବାଇ.ବି. ଖୁରାନିଆ ସହରରେ ବୁଲି ବୁଲି ସ୍ଥିତି ପରଖିଛନ୍ତି। ଡିଜିପିଙ୍କ ସହିତ ଅନ୍ୟ ପୁଲିସ ଅଧିକାରୀ ବି ଉପସ୍ଥିତ ରହିଥିଲେ। ଡିଜିପି ରାସ୍ତାରେ ଚାଲି ଚାଲି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସହରବାସୀଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଡିଜିପି ନିବେଦନ କରିଛନ୍ତି। କଟକରେ କ୍ୟାମ୍ପ ଅଫିସ ଖୋଲି ସ୍ଥିତି ଉପରେ ନଜର ରଖିବାକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦେଶ ଦେଇଥିଲେ।

ସୋମବାର କଟକ ବନ୍ଦ ଡାକରା ଦିଆଯାଇଥିବାରୁ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସହରରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ରବିବାର ପୁଲିସକୁ ଢେଲାପଥର ମାଡ଼ କରାଯିବା ପରେ ପୁଲିସ ପକ୍ଷରୁ ଲାଠି ଚାଳନା କରାଯିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। ତେଣୁ ବନ୍ଦ ପାଳନ ବେଳେ ଗଣ୍ଡଗୋଳ ଆଶଙ୍କା ଥିବାରୁ ବିଭିନ୍ନ ସାହିର ଗଳିକନ୍ଦିରେ ପୁଲିସ ଛାଉଣୀ ହୋଇଛି।

ad-week
Leave A Reply

Your email address will not be published.