

ଜୁଆ ଆଡ୍ଡା ସମ୍ପର୍କ ରେ ପୂର୍ବରୁ ଥାନାରେ ଅଭିଯୋଗ
ହୋଇଥିଲା ଏବଂ ଏସ. ପି ଙ୍କୁ ମଧ୍ୟ ଅବଗତ କରାଯାଇ ଥିଲା …..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗାଁ ରୁ ସହର ପର୍ଯ୍ୟନ୍ତ ପରମ୍ପରା କୁ ଆଳ କରି ଜୁଆ ଖେଳରେ ଟଙ୍କା ଉଡ଼ୁଛି। ଧରାକୋଟ ଥାନା ଅନ୍ତର୍ଗତ ଆର. ଦାମଦର ପଲ୍ଲୀ ଠାରେ ଜୁଆ ଆଡ୍ଡାର କମିନା ଟଙ୍କାର ର ଭାଗ ବଣ୍ଟାକୁ କେନ୍ଦ୍ର କରି ଯୁବକକୁ ଛୁରୀ ଭୁଷି ହତ୍ୟା। ମୃତକ ଜଣକ ହେଲେ କାଳିଆ ରେଡ଼ି( ୩୩) ବୋଲି ଜଣାପଡିଛି। ଗଞ୍ଜାମ ଜିଲ୍ଲା ରେ ହାଇ ପ୍ରୋଫାଇଲ ଜୁଆ ଆଡ୍ଡା ଚାଲିଥିବା ସମ୍ପର୍କରେ ଗତ ରବିବାର ଦିନ ନିସର୍ତ୍ତ ରେ ଖବର ପ୍ରକାଶ ପାଇଥିଲା। ପୋଲିସ ର ଅଣ ଦେଖା ଯୋଗୁଁ ଆଜି ଜୁଆ ଖେଳର କମିଶନ ଟଙ୍କାର ଭାଗ ବଣ୍ଟାକୁ ନେଇ ଏକ ମୁଣ୍ଡ ଗଡିଯାଇଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଗତ କାଲି ମଧ୍ୟ ରାତ୍ରରେ ଆର. ଦାମଦର ପଲ୍ଲୀ ଗ୍ରାମର କିଛି ଯୁବକଙ୍କ ମଧ୍ୟରେ ଜୁଆ କମିନା ବାହାରିଥିବା ଟଙ୍କାର ଭାଗ ବଣ୍ଟାକୁ ନେଇ ସଂଘର୍ଷ ଘଟିଥିଲା ଏଥିରେ କାଳିଆ ରେଡ଼ିଙ୍କୁ ତାର ବିପକ୍ଷ ଗୋଷ୍ଠିର ଯୁବକ ମାନେ ଏକ ଛୁରାରେ ପେଟକୁ ଆକ୍ରମଣ କରିଥିଲେ କାଳିଆ ଙ୍କୁ ଗୁରୁତର ଅବସ୍ଥାରେ ଆସିକା ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଉଥିବା ବେଳେ କାଳିଆଙ୍କ ମୃତ୍ୟୁ ଘଟିଥିବା ଚର୍ଚ୍ଚାର ବିଷୟ ହୋଇଛି। ପରମ୍ପରାକୁ ଆଳ କରି ଜୁଆ ଆଡ୍ଡା ଚାଲିବା ଯୋଗୁଁ ଆଜି ଜୁଆ ଖେଳରୁ ମୁଣ୍ଡ ଗଡିଛି। ପ୍ରକାଶ ଥାଉକି ଗତ ସେପ୍ଟେମ୍ବର ୨୦ ତାରିଖ ଦିନ ଚିରଞ୍ଜୀବ ନାମକ ଏକ ଯୁବକ ଆର. ଦାମଦର ପଲ୍ଲୀ ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରେ ବଡ଼ ଧରଣର ଜୁଆ ଖେଳ ଲାଗିଥିବା ଓ ଗଣ୍ଡଗୋଳ ହେଉଥିବା ସମ୍ପର୍କ ରେ ଧରାକୋଟ ଥାନାରେ ଏକ ଏତଲା ଦେଇଥିଲେ। ପୋଲିସ ଉକ୍ତ ଅଭିଯୋଗ କୁ ହାଲୁକା ଭାବେ ନେବା ଯୋଗୁଁ ଆଜି ଜୁଆ ଖେଳକୁ ନେଇ ମୁଣ୍ଡ ଗଡ଼ିବା ପରିସ୍ଥିତି ଦେଖିବାକୁ ମିଳିଛି। ଏହି ଏତଲା ସମ୍ପର୍କରେ ଗଞ୍ଜାମ ଏସ.ପି ଙ୍କୁ ବି ଅବଗତ କରାଯାଇଥିବା ଉକ୍ତ ଏତଲା ରେ ଦର୍ଶାଯାଇଛି। କିନ୍ତୁ ପୋଲିସ ପ୍ରଶାସନ ଏହାକୁ ଗୁରୁତ୍ୱ ନଦେବା ଦୁର୍ଭାଗ୍ୟ ବୋଲି ସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l ବାଲି କୁ ନେଇ ମଧ୍ୟ ଛକା ପଞ୍ଝା ଲାଗି ରହିଛି ପୋଲିସ ପ୍ରଶାସନ ମାସିଆରି ବଟି ନେଇ ଚୁପ ବସିଛି ବୋଲି ବି ଅଭିଯୋଗ ହେଉଛି ଆଗକୁ ମୁଣ୍ଡ ଗଡ଼ିବା ସମ୍ଭାବନା କୁ ଏଡେଇ ଦେଇ ହେବ ନାହିଁ l ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l