ଏସ୍ଆଇ ପରୀକ୍ଷା ଜାଲିଆତି ମାମଲା ପରେ ତିନି ବର୍ଷରୁ ଉର୍ଦ୍ଧ କର୍ମଚାରୀ ମାନଙ୍କୁ ବଦଳୀ ପାଇଁ ନିର୍ଦ୍ଧେଶ ପରେ ବାବୁ ଓ ନେତାଙ୍କ ଘର ମୁହାଁ କର୍ମଚାରୀ….!

youtube

ବଦଳୀ ଆଦେଶ ଧର୍ମକୁ ଆଖିଠାର..

ମୁଠା ମୁଠା କଳା ଟଙ୍କା ଧରି ସୁପାରିଶ ପାଇଁ ଭିଡ଼ …..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏସ୍ଆଇ ପରୀକ୍ଷା ଜାଲିଆତି ର ପର୍ଦାଫାଶ ଚାଲିଛି, ସବୁ ଦୁର୍ନୀତି ର ଜଡ଼ ଗଞ୍ଜାମ ଜିଲ୍ଲା କହିଲେ କିଛିବି ଭୁଲ ହେବ ନାହିଁ l ଯେଉଁଠି ହାତ ମାରିବ ସେଠାରେ ପାଇବ ଦୁର୍ନୀତି ର ଗନ୍ଧ, ରାଜ୍ୟରେ କିରାଣୀ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ଗୋଟିଏ ଜାଗାରେ ବର୍ଷ ବର୍ଷ ରହି ଦୁର୍ନୀତି କରି ଚାଲିଛନ୍ତି ଯାହାକୁ ନେଇ ଶେଷରେ ରାଜ୍ୟ ସରକାର ଙ୍କ ଚେତା ପଶିଛି l ରାଜ୍ୟ ସରକାର ତିନି ବର୍ଷରୁ ଉର୍ଦ୍ଧ ସରକାରୀ କର୍ମଚାରୀ ଙ୍କୁ ବଦଳୀ ପାଇଁ ନିର୍ଦ୍ଧେଶ ନାମା ଜାରି କରିଛନ୍ତି।ରାଜ୍ୟ ସରକାରଙ୍କ ଫର୍ମାନ ଜାରି ହେଉ ହେଉ ଦୀର୍ଘ ବର୍ଷ ହେଲା ଚୌକି ଜାବୁଡି ଧରିଥିବା କର୍ମଚାରୀ ମାନଙ୍କ ମଧ୍ୟରେ ଛନକା ପଶିଛି। ଏବେ କଳା ସାମ୍ରାଜ୍ୟ ବିସ୍ତାର କରିଥିବା ଛୋଟ ବାବୁ ମାନେ ବଡ଼ ବାବୁ ଓ ନେତାଙ୍କ ଘର ମୁହାଁ ହେଉଥିବା ଲକ୍ଷ କରାଯାଇଛି। ଥରେ ଗଞ୍ଜାମ ଜିଲ୍ଲାକୁ ସବୁ ଶ୍ରେଣୀର ବାବୁ ମାନେ ଆସିଲେ ଆଉ ଏଠାରୁ ଯିବାର ନାଁ ଧରୁନାହାନ୍ତି ଯେମିତି ଏଠାରେ କୋଳୀ ଖାଇ ମଞ୍ଜି ପୋତିଛନ୍ତି। ଏହି ଜିଲ୍ଲାରେ ହାତ ପାଆନ୍ତା ରେ ସବୁ କ୍ଷେତ୍ରରେ ପିସି ବା ବଟି ଖୁଲାମ ଖୁଲାରେ କାର୍ଯ୍ୟ ହାସଲ ପାଇଁ ଦିଆଯାଏ। ଏହି କଳା ଟଙ୍କାର ପାହାଡ଼ ଉପରେ ବସିଥିବା ଛୋଟ ବାବୁ ଓ ବଡ଼ ବାବୁ ମାନେ କଳେ ବେଳେ କୌଶଳ କରି ପୁଣି ନିଜ ଚୌକି ସୁରକ୍ଷିତ ପାଇଁ ସୁପାରିଶ ସାଙ୍ଗକୁ ବଡ଼ ବଡ଼ ପ୍ୟାକେଜ ଦେବାକୁ ପ୍ରତିଯୋଗିତା ଆରମ୍ଭ କରିଦେଇଥିବା ଚର୍ଚ୍ଚାର ବିଷୟ ପାଲଟିଛି। ସରକାର ଡାଳରେ ଡାଳରେ ଗଲେ ବାବୁ ମାନେ ପତ୍ର ପତ୍ର ରେ ବୋଲି ଆଲୋଚନା ହେଉଛି। ସରକାରଙ୍କ ଫର୍ମାନ ରେ ନେତାଙ୍କ ସମେତ ବଡ଼ ବାବୁ ମାନେ ମାଲାମାଲ ହେଉଥିବା ଚାହା ଖଟିରେ ବର୍ତ୍ତମାନ ଚର୍ଚ୍ଚା ହେଲାଣି। ସୂଚନା ଥାଉକି ଶିକ୍ଷକ ବଦଳି ରେ ମଧ୍ୟ ବିଧାୟକ ଓ ମନ୍ତ୍ରୀ ମାନେ ମାଲା ମାଲ ହୋଇଛନ୍ତି ଯାହାକି ଶେଷରେ ଉଚ୍ଚ ନ୍ୟାୟାଳୟ ଏହି ବଦଳି କୁ ନେଇ ତାଗିଦ କରିଥିଲେ l ଗଞ୍ଜାମ ଜିଲ୍ଲା ରେ ଅନେକ କର୍ମଚାରୀ ୩ ବର୍ଷ କଣ ଦଶ ବର୍ଷରୁ ଅଧିକା କାଳ ଜିଲ୍ଲା ରେ ରହିଥିବା ନଜିର ରହିଛି ଏପରିକି ଦୀପତଳ ଅନ୍ଧାର ପରି ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଜଣେ ବଡ଼ ବାବୁ ଦୀର୍ଘ ୨୫ ବର୍ଷ ରୁ ଅଧିକା ନିଜ ଚୌକି ମାଡି ବସିଛନ୍ତି ତେଣୁ ସରକାରଙ୍କ ଏହି ନିୟମ ବା ତାଗିଦ କିଛି ପ୍ରଭାବ ପଡିବ କିଛି ମନେ ହେଉନାହିଁ l ଏହି ବଦଳି ନିର୍ଦେଶ ନେତା, ମନ୍ତ୍ରୀ ଙ୍କ ପାଇଁ ପୁଷ ମାସ ଆସିଯାଇଛି ବୋଲି ଖଟିରେ ଚର୍ଚ୍ଚା ହେଲାଣି l ବର୍ତ୍ତମାନ ସରକାରୀ ବାବୁ ମାନେ ପୁଳା ପୁଳା ଟଙ୍କା ଧରି ନେତା, ମନ୍ତ୍ରୀ ଓ ବଡ଼ ବଡ଼ ବାବୁଙ୍କ ଘର ମୁହାଁ ହେଲେଣି କେମିତି ଖୁସ କରି ନିଜ ଚୌକି ମଜଭୁତ ରଖିବେ l କାରଣ ଏହି ସରକାର କେବଳ କଥା ପ୍ରବଳ ଓ କାମ ଦୁର୍ବଳ ବୋଲି ଲୋକେ ଜାଣି ଗଲେଣି ତେଣୁ ସରକାରୀ କର୍ମଚାରୀ ମଧ୍ୟ ସେଥିର ଫାଇଦା ଉଠାଇବା ଆରମ୍ଭ କଲେଣି l

Leave A Reply

Your email address will not be published.