
ପୁରୀ: ପୁରୀରେ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ହବିଷିଆଳି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଲେଣି। ପୁରୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ୪ଟି ସ୍ଥାନରେ ହବିଷିଆଳିଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଇଛି । ଅନଲାଇନ ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଇଥିଲା । ଯାଞ୍ଚ ପରେ ଯୋଗ୍ଯ ବିବେଚିତ ହବିଷ୍ୟାଳିମାନେ ନିର୍ଦ୍ଧାରିତ ହବିଷ୍ୟାଳୀ କେନ୍ଦ୍ରରେ ପହଞ୍ଚିବା ଆରମ୍ଭ କଲେଣି। ଜିଲ୍ଲାପାଳ ଦିବ୍ଯଜ୍ୟୋତି ପରି ସମସ୍ତ ହବିଷିଆଳି କେନ୍ଦ୍ର ପରିଦର୍ଶନ ଓ ସମସ୍ତ କାର୍ଯ୍ୟର ତଦାରଖ କରିବା ସହ ହବିଷିଆଳି କେନ୍ଦ୍ରରୁ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାର ଡ୍ରାଇ ରନ କରିଥିଲେ। ଗୋଟିଏ ମାସ ମାଆମାନେ ହବିଷିଆଳି କେନ୍ଦ୍ରରେ ବ୍ରତ ପାଳନ କରିବେ। ବୃନ୍ଦାବତୀ ନିବାସ ହବିଷିଆଳି କେନ୍ଦ୍ରରେ ମାଆମାନେ ପହଞ୍ଚିବା ପରେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଛି।