ମହାବିରୋଡ଼ ରେଞ୍ଜରେ ଅଜଣା ଜନ୍ତୁ ଆତଙ୍କ, ପେଟ୍ରୋଲିଂ କରି ଗ୍ରାମବାସୀଙ୍କୁ ସଚେତନ କରୁଛି ବନବିଭାଗ

youtube

କାମାକ୍ଷାନଗର: ମହାବିରୋଡ଼ ରେଞ୍ଜରେ ଅଜଣା ଜନ୍ତୁ ଆତଙ୍କ । ବାଘ ହୋଇଥିବା ନେଇ ସନ୍ଦେହ କରାଯାଉଛି । କୁଟୁରିଆ ଗାଁରେ ଏକ ଗାଈକୁ ଆକ୍ରମଣ କରିବା ସହ ସ୍ଥାନୀୟ ଜଙ୍ଗଲରେ ଥିବା ସୂଚନା ଦିଆଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବା ପରେ ଲୋକଙ୍କୁ ସତର୍କ କରାଇବା ସହ ଅଜଣା ଜନ୍ତୁକୁ ଖୋଜୁଛି ବନବିଭାଗ । ରାତିରେ ପାଟ୍ରୋଲିଂ କରିବା ସହ ଜଙ୍ଗଲ ନିକଟରେ ଥିବା ଗ୍ରାମବାସୀଙ୍କୁ ସଚେତନ କରୁଛି ବନବିଭାଗ । କେଉଁ ପ୍ରଜାତିର ଜନ୍ତୁ ଜଣା ପଡ଼ିନଥିବା ବେଳେ ଲୋକଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଉଛି ବନବିଭାଗ ।  ACFଙ୍କ ନେତୃତ୍ୱରେ ସ୍ଥାନୀୟ ରେଞ୍ଜର, ବିଦ୍ୟୁତବିଭାଗ କର୍ମଚାରୀଙ୍କୁ ନେଇ ପେଟ୍ରୋଲିଂ କରୁଛି ବନବିଭାଗ ।

Leave A Reply

Your email address will not be published.