କଟକରେ ଆଉ ୨୪ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା

youtube

କଟକ : କଟକରେ ଆଉ ୨୪ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା ।  ଆଜି ସନ୍ଧ୍ୟାରୁ ଆସନ୍ତାକାଲି ସନ୍ଧ୍ୟା ଯାଏଁ ୭ ଟା ଯାଏ କଟକଣା ବୃଦ୍ଧି କରାଯାଇଛି  । ଏନେଇ ଗୃହ ବିଭାଗକୁ ପ୍ରସ୍ତାବ ଦେଇଥିଲେ ଜିଲ୍ଲାପାଳ ।  ଏପରି ହେଲେ କାଲି ଯାଏ ବନ୍ଦ ରହିବ ହ୍ବାଟସଆପ, ଫେସବୁକ, ଇନଷ୍ଟାଗ୍ରାମ, ଏକ୍ସ, ସ୍ନାପଚାଟ ।  ଗତକାଲି ଠାରୁ କଟକ ମହାନଗର ନିଗମ, ସିଡିଓ ଓ ୪୨ ମୌଜା ଅଞ୍ଚଳରେ ଇଣ୍ଟରନେଟ ସେବା ଉପରେ ନିଷେଧାଦେଶ ଜାରି ହୋଇଛି ।

ସେପଟେ ସୁରକ୍ଷା ଭିତରେ ସିଲଭର ସିଟି ।  ଚାପା ଉତ୍ତେଜନା ସତ୍ତ୍ବେ ନିୟନ୍ତ୍ରଣରେ ସ୍ଥିତି। ଦ୍ବିତୀୟ ଦିନରେ କଟକରେ କର୍ଫ୍ୟୁ। ଗତକାଲିର ବାଇକ ରାଲି ବେଳେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାତି ୧୦ଟାରୁ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଥିଲା । ଆସନ୍ତାକାଲି ସକାଳ ୧୦ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କର୍ଫ୍ୟୁ। ଆଜି ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ କର୍ଫ୍ୟୁ ପାଇଁ ଏହାର ପ୍ରଭାବ ବିଶେଷ ପରିଲଖିତ ହୋଇନାହିଁ ।

ଜରୁରୀ ସେବା, ସରକାରୀ କାର୍ଯ୍ୟାଳୟ, ବସ ଚଳାଚଳ ସ୍ବାଭାବିକ ରହିଛି। କିନ୍ତୁ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ। କଟକରେ ସ୍ଥିତି ସ୍ବାଭାବିକ କରାଇବାକୁ ପୋଲିସ ପଇଁତରା ମାରୁଛି ।  ଫ୍ଲାଗ ମାର୍ଚ୍ଚ ସହ ବଜ୍ରଯାନରେ ବୁଲି ସ୍ଥିତି ନିରୀକ୍ଷଣ କରୁଛି ସୁରକ୍ଷାବଳ।

ସୁରକ୍ଷା ପାଇଁ ରାପିଡ ଆକ୍ସନ ଫୋର୍ସ, ବିଏସଏଫ, ସିଆରପିଏଫ ସମେତ ୬୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଗତକାଲି ବିଶୃଙ୍ଖଳା ଘଟଣା ପରେ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଛି ।  ପୋଲିସ ଉପରକୁ ପଥରମାଡ଼ ଓ ବିଶୃଙ୍ଖଳା ନେଇ ୩ଟି ମାମଲା ରୁଜୁ କରାଯାଇଛି ।  ୮ଜଣ ଗିରଫ ହୋଇଛନ୍ତି ।  ସିସିଟିଭି ଫୁଟେଜ ଆଧାରରେ ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରାଯାଉଛି ।

Leave A Reply

Your email address will not be published.