
ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା ବିଧାନସଭା ଉପନିର୍ବାଚନ। ସୋମବାର ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ପରେ ରାଜନୈତିକ ମହଲରେ ତତ୍ପରତା ପ୍ରକାଶ ପାଇଛି। କଂଗ୍ରେସ ଏହି ଆସନ ପାଇଁ ମଙ୍ଗଳବାର ସୁଦ୍ଧା ପ୍ରାର୍ଥୀ ଦେବ ବୋଲି କହିଛନ୍ତି। ଏ ନେଇ ଘୋଷଣା କରିଛନ୍ତି ଓପିସିସି ସଭାପତି ଭକ୍ତ ଦାସ।