ଚିକିଟୀ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟକଳାପ ରେ ଅସନ୍ତୁଷ୍ଟ ହୋଇ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲେ ବ୍ଲକ ଅଧ୍ୟକ୍ଷ ଙ୍କ ସମେତ ବହୁ ଜନ ପ୍ରତିନିଧି

add-all


ଚିକିଟୀ— ଏହି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟକଳାପ ରେ ଅସନ୍ତୁଷ୍ଟ ହୋଇ ଆଜି ଚିକିଟୀ ବ୍ଲକ ଅଧ୍ୟକ୍ଷ ଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ବିଡ଼ିଓ ଙ୍କ ଜରିଆରେ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ସାତ ଦିନ ମଧ୍ୟରେ ଯଦି ଏହାର ସମାଧାନ ନ ହୁଏ ତାହାଲେ ସମସ୍ତ ଜନ ପ୍ରତିନିଧି ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।
ଅଭିଯୋଗ ପ୍ରକାରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜଣକ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଆସୁଥିବା ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ,ବିଧବା ଭତ୍ତା ସହିତ ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟ ରେ କୌଣସି ପଞ୍ଚାୟତ ପ୍ରତିନିଧି ଙ୍କ ବିନା ଅବଗତ ରେ ଭତ୍ତା ମଞ୍ଜୁରୀ କରୁଥିବା ବେଳେ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ପଡିବା ସହିତ ଅଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଅପରପକ୍ଷେ ମଞ୍ଜୁରୀ ପାଇଥିବା ତାଲିକା କୁ ଆଗାମୀ ସାତ ଦିନ ମଧ୍ୟରେ ତଦନ୍ତ କରି ଏହାକୁ ବାତିଲ କରି କୌଣସି ସମାଧାନ କରାନଯାଏ ତାହାହେଲେ ଜନ ପ୍ରତିନିଧି ମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ, ସରପଞ୍ଚ ସଭାପତି ଏ.ରାଙ୍ଗରାଓ, ମହେନ୍ଦ୍ର ନାଥ ପ୍ରଧାନ, କୃଷ୍ଣଚନ୍ଦ୍ର ସାହୁ,ଜି ଜ୍ୟୋତି ରେଡ୍ଡୀ,ମିନତୀ ପଣ୍ଡା, ସସ୍ମିତା ସାହୁ, ବାସନ୍ତୀ ସେଠୀ, ୟୁ.ପୁନ୍ନାମା ବି.ସନମୁଖ ରାଓ, ଜି ଜିବା ରେଡ୍ଡୀ, ସମିତି ସଭ୍ୟ ଅମୁଲ୍ୟ ବେହେରାଙ୍କ ସମେତ ପ୍ରାୟ ସମସ୍ତ ସରପଞ୍ଚ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.