ଅଜଣା ମୃତ ଦେହ ଉଧାର ଘଟଣା, ମୃତକଙ୍କ ମିଳିଲା ପରିଚୟ…

add-all

ମାଲକାଗିରି, : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କତାପାଲୀ ପଞ୍ଚାୟତର ବଡରେଙ୍ଗାଗୁଡା ଗ୍ରାମର ଜଣେ ଯୁବକ ଗତ ୩୦ ତାରିଖ ଠାରୁ ଘରୁ ଦଶହରା ଦେଖିବା ପାଇଁ ବାହାରିଥିବା ବେଳେ ସେ ଆଉ ଘରକୁ ଫେରିନଥିବା ବେଳେ ତାର ମୃତ ଦେହ ୪ ଦିନ ପରେ ଉଦ୍ଧାର ହୋଇଛି। ପରିବାର ଲୋକେ ଏହାକୁ ହତ୍ୟା ବୋଲିଲ ଅଭିଯୋଗ କରି ମାଥିଲି ଥାନାରେ ଏତଲା ଦାୟର କରିଛନ୍ତି। ଘଟଣା ଅନୁଯାୟୀ ବଡ଼ରେଙ୍ଗାଗୁଡ଼ା ଗ୍ରାମର ସଂଜୟ ନାୟକ ମାଥିଲି ଥାନାରେ ଏତଲା ଦାୟର କଲେ ଯେ ତାଂକ ସାନ ଭାଇ ବିଷ୍ଣୁ ନାୟକ(୧୯) ଗତ ୩୦ ତାରିଖ ଦିନ ଘରୁ ଦଶହରା ଦେଖିବା ପାଇଁ ବାହାରିଥିଲା। ପରିବାର ଲୋକେ ସାଂଗସାଥିଙ୍କ ସହ ଯାଇଥିବ ଭାବି ଚୁପ ରହିଲେ। କିନ୍ତୁ ସେ ଦଶହରା ଦେଖିବା ପରେ ଘରକୁ ଫେରିନଥିଲା। ଗତ ୪ ତାରିଖ ଦିନ ବଡାଗୁଡ଼ା ଗ୍ରାମ ପାଖରେ ରହିଥିବା ଏକ ଛୋଟିଆ ପଖୋରୀରେ ଗୋଟିଏ ଶବ ଭାସୁଥିବା ବେଳେ ଏହି ଶବ ବିଷଣୀ ନାୟକଙ୍କର ବୋଲି ଜାଣିବା ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକେ ଆସି ଶବ ଚିହ୍ନଟ ପରେ ମୃତଦେହର ଛାତିରେ ଗଭୀର କ୍ଷତ ହୋଇଥିବା ଦେଖିବାକୁ ପାଇଥିଲେ। ଏନେଇ ଥାନାରେ ଭାଇକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ବଡ ଭାଇ ସଂଜୟ। ପୁଲିସ ଶବ ବ୍ୟବଛେଦ ପରେ ଘଟଣାର ତଦନ୍ତ କରୁଥିବା କହିଛି।

ad-week
Leave A Reply

Your email address will not be published.