ବାଲ୍ୟ ବିବାହ ରୋକିଲା ଶିଶୁ ସୁରକ୍ଷା ବିଭାଗ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ ଚିତାପାରି-୩ ପଞ୍ଚାୟତର ଚିତାପାରି-୧ ଗ୍ରାମରେ ବାଲ୍ୟ ବିବାହ ରୋକିଛି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ନାବାଳିକା ଙ୍କୁ ଉଦ୍ଧାର ସହ ଥାନାରେ ଅଭିଯୋଗ ପ୍ରଦାନ। ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅଧିକାରୀ ନାରାୟଣ ଦାସ ବାଲ୍ୟ ବିବାହ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ତାଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଚିତାପାରି-୧ ଗ୍ରାମକୁ ପଠାଇଥିଲେ। ଟିମ ସେଠାରେ ଯାଇ ପହଂଚିବା ପରେ ଗ୍ରାମର ଆଦୁ ଦୋରା ଙ୍କ ଘରେ ଭୋଜି ଭାତର ଆସର ଜମାଇ ଏକ ନାବାଳିକା ସହ ନିଜର ପୁତ୍ରକୁ ବିବାହ କରାଉଥିବା ହେତୁ ଶିଶୁ ସୁରକ୍ଷା ବିଭାଗ ଟିମ ସେଠାରେ ପହଞ୍ଚି ବାଲ୍ୟ ବିବାହକୁ ରୋକି ଉକ୍ତ ନାବାଳିକା ଟିକୁ ଉଦ୍ଧାର କରିଥିଲେ। ଶିଶୁ ସୁରକ୍ଷା ବିଭାଗ ର ଏହି ଟିମ କୁ ସହଯୋଗ କରିଥିଲା ଓରକେଲ ପୋଲିସ। ନାବାଳିକା ଟିକୁ ଶିଶୁ ସୁରକ୍ଷା ବିଭାଗ ଉଦ୍ଧାର କରି ମାଲକାନଗିରି ସ୍ଥିତ ସଖି ଗୃହ କୁ ପଠାଇଛି। ତେବେ ଏହି ଉଦ୍ଧାର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ପ୍ରକଳ୍ପ ସଂଯୋଜକ ଶ୍ୟାମ ସଗରିଆ, କେସ ୱାର୍କର ସୁନାମ ମନୋଜ, ସୁପରଭାଇଜର ଲଳିତା ମାଢ଼ି, କେସ ୱାର୍କର ଅନନ୍ୟା ସିକଦାର, ଏସଆଇ ମନୋହର ସାହୁ, ଏସଆଇ ରୋହିତ ବାଗ, ବ୍ଲକ ଚେୟାରମ୍ୟାନ ଜିତୁ ବୁରୁଡ଼ି ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.