ବ୍ରହ୍ମପୁର ଇତିହାସ ରେ ପ୍ରଥମ ଘଟଣା-ସୁଚିନ୍ତିତ ହତ୍ୟାକାଣ୍ଡ- ଆଇନଜୀବୀକୁ ହତ୍ୟା କରି ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଦୁର୍ବୁତ୍ତ….!

youtube

ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ନା ଆଉ କିଛି ଟେର ଖୋଜୁଛି ପୋଲିସ..

ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଅଞ୍ଚଳରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗତ କାଲି ପ୍ରାୟ ରାତ୍ର ଦଶ ଘଣ୍ଟା ରେ ଦୁଇ ଜଣ ଦୁର୍ବୁତ୍ତ ଗୋଟିଏ ବାଇକରେ ଆସି ଗୁଳିମାଡ଼ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା କୁ ନେଇ ସହର ସ୍ତବ୍ଧ ହୋଇଯାଇଛି। ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ଦଳର ବରିଷ୍ଠ ନେତା ପୀତବାସ ପଣ୍ଡାଙ୍କୁ ସୋମବାର ରାତିରେ ଗୁଳି କରି ହତ୍ୟା କରାଯାଇଛି । ରାତି ପ୍ରାୟ ୧୦ଟା ସମୟରେ ପଣ୍ଡାଙ୍କୁ ତାଙ୍କ ବ୍ରହ୍ମାନଗର ବାସଭବନ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଗୁଳି କରିଛନ୍ତି । ସେମାନେ ଦୁଇ ରାଉଣ୍ଡ ଗୁଳି ଫୁଟାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଆଇନଜୀବୀ ପଣ୍ଡା ତାଙ୍କ ସ୍କୁଟିରୁ ଖସି ପଡିଥିଲେ। କୁଆଁରୀପୁର୍ଣିମା ଯୋଗୁଁ ରାସ୍ତାଘାଟ ପ୍ରାୟତଃ ଶୂନଶାନ ଥିଲା । ତଥାପି, ଆଖପାଖରେ ଥିବା ଲୋକମାନେ ଗୁରୁତର ପୀତବାସଙ୍କୁ ଗୋଟିଏ ସ୍କୁଟିରେ ବସାଇ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲକୁ ନେଇ ଯାଇଥିଲେ । ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ହତ୍ୟାକାଣ୍ଡ ଏକ ସୁପରିକଳ୍ପିତ ଯୋଜନା ଥିଲା ବୋଲି ଘଟଣାକ୍ରମରୁ ସ୍ପଷ୍ଟ ହେଉଛି। ଘଟଣା ସ୍ଥଳ ରେ ଡିଆଇଜି, ଗଞ୍ଜାମ ଏସ. ପି ଏବଂ ଅନେକ ଅଫିସର ଆସି ଛାନ ଭିନ କରିଛନ୍ତି ସାଇଣ୍ଟିଫିକ ଦଳ ବି ଆସି ଘଟଣା ସ୍ଥଳ କୁ ନିରକ୍ଷଣ କରିଛନ୍ତି l ବ୍ରହ୍ମପୁର ସମସ୍ତ ରାସ୍ତା କୁ ପୋଲିସ ସିଲ କରି ସି ସି ଟିଭି ଫୁଟେଜ ଯାଞ୍ଚ କରୁଛି l ଦେଖାଯାଉ ଅପରାଧୀ କୁ ପୋଲିସ କେବେ ଗିରଫ କରୁଛି ତାହା ସମୟ କହିବ l ଘଟଣା ଅଳ୍ପ ସମୟ ଭିତରେ ସାରା ସହର ତଥା ଓଡିଶା ରେ ଖେଳି ଗଲା ବ୍ରହ୍ମପୁର ମେଡିକାଲ ଜନ ସମୁଦ୍ର ହୋଇ ଯାଇଥିଲା ଘଟଣା ସ୍ଥଳରେ ମନ୍ତ୍ରୀ ବିଭୁତି ଜେନା, ବ୍ରହ୍ମପୁର ବିଧାୟକ k. ଅନିଲ କୁମାର, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଅନେକ ଓକିଲ ବନ୍ଧୁ ଏବଂ ସହର ର ଅନେକ ବୁଦ୍ଧିଜୀବୀ ଓ ସାଧାରଣ ପହଞ୍ଚି ଘଟଣା କୁ ନିନ୍ଦା କରିବା ସହିତ ଦୁଃଖ ପ୍ରକାଶ କରିଥିଲେ l ସୂଚନା ଥାଉକି ପୀତବାସ ବାମପନ୍ଥୀ ଛାତ୍ର ନେତା ଭାବେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ମଧ୍ୟ ଦୀର୍ଘ ବର୍ଷ କଂଗ୍ରେସରେ ଥିଲେ।ତେବେ, ଗତ ବିଧାନସଭା ନିର୍ବାଚନ ପରେ ବିଜେପିରେ ସାମିଲ ହୋଇଥିଲେ।ବିଭିନ୍ନ ସାମାଜିକ ସଂଗଠନର ନେତୃତ୍ୱ ନେଇ ଜନସେବା କରିବା ସହ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ନେଇ ସେ କାର୍ଯ୍ୟ କରି ଆସୁଥିଲେ। ୨୦୧୯

ବିଧାନସଭା ନିର୍ବାଚନ ସମୟରେ ତାଙ୍କର ବହୁ ଘନିଷ୍ଟ ସହଯୋଗୀ କଂଗ୍ରେସ ଦଳ ଛାଡ଼ି ବିଜେଡିରେ ସାମିଲ ହେବା ସହ ବଡ ବଡ ପଦବୀ ପାଇଥିଲେ ମଧ୍ୟ ପୀତବାସ କଂଗ୍ରେସ ଛାଡ଼ି ନଥିଲେ । ସେ ବ୍ରହ୍ମପୁରରେ କଂଗ୍ରେସ ସଂଗଠନକୁ ପୁନଃ ପ୍ରତିଷ୍ଠା କରିବା ଉଦ୍ୟମରେ ଥିଲେ । ତେବେ, କଂଗ୍ରେସ ରାଜ୍ୟ ନେତୃତ୍ୱ ଅଣଦେଖା କରିବାରୁ ସେ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ପୀତବାସଙ୍କୁ ହତ୍ୟା କରାଯିବା ବ୍ରହ୍ମପୁର ସହର ଓ ଗଞ୍ଜାମ ଜିଲ୍ଲାରେ ବେଶ ଆଲୋଡନ ସୃଷ୍ଟି କରିଛି । ହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ଏକ ରାଜନୈତିକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ଅନୁମାନ କରି ହେଉଛି । ଗଞ୍ଜାମ ଜିଲ୍ଲାର ଦୁଇଟି ପୋଲିସ ଜିଲ୍ଲାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ ଭୁଶୁଡି ପଡିଛି।ଏହି ଦୁଇଟି

ନାଚାର ପୋଲିସ କୁ ଏକମାତ୍ର ବିକଳ୍ପ ଏବେ ଏନ୍ କାଉଣ୍ଟେର..!

ଜିଲ୍ଲାରେ ଦକ୍ଷ ଏସ.ପି ଙ୍କୁ ନିଯୁକ୍ତି ଦେଇ ପୋଲିସ ପାଇଁ ଏକ ମାତ୍ର ବିକଳ୍ପ ଏବେ ଏନ୍ କାଉଣ୍ଟର ବୋଲି ସାଧାରଣ ରେ ଆଲୋଚନା ହେଉଛି। ଏହି ହତ୍ୟା କାଣ୍ଡ ପଛରେ ଶାସକ ଦଳ ବିଜେପି ରେ ପୀତବାସ ପଣ୍ଡାଙ୍କ ଦବଦବା ସାଙ୍ଗକୁ ଦଳରେ ତାଙ୍କର ପତିଆରାଦିନକୁ ଦିନ ବଢ଼ିବାରେ କିଛି ବ୍ୟକ୍ତି ସହି ପାରୁନଥିବା ନେଇ ବି ଚର୍ଚ୍ଚା ହେଉଛି l।ସେ କୌଣସି ଦୁର୍ନୀତି କୁ ପ୍ରଶୟ ଦେଉନଥିଲେ ସେ ଜଣେ ଦକ୍ଷ ଆଇନଜୀବୀ ଥିଲେ। ଯେଉଁ ସମୟରେ ବ୍ରହ୍ମପୁର ଏସପି ଓ ବୈଦ୍ୟନାଥ ଥାନା ଅଧିକାରୀ ଛୁଟିରେ ଥିବାର ଦେଖି ଅପରାଧ ତତ୍ତ୍ୱ ମାନେ ତିଥି ଦେଖି ଏହି ହତ୍ୟା କାଣ୍ଡର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଏହି ହତ୍ୟା କାଣ୍ଡ ଭିଆଇଲେ, ହତ୍ୟାକାରୀ ଜଣେ ପେସାଦାର ନିଶ୍ଚୟ ଯାହା ଅନୁସନ୍ଧାନ ରୁ ଜଣା ପଡୁଛି ଏବଂ ଜିଲ୍ଲା ବାହାରୁ ସୁପାରୀ ଦେଇ ଆଣିଥାଇ ପାରନ୍ତି ବୋଲି ଖଟିରେ ଚର୍ଚ୍ଚା ହେଉଛି l ନୂତନ ସରକାର ଆସିବା ପର ଠାରୁ ପୋଲିସ ବ୍ରହ୍ମପୁର ରେ ପେଟ୍ରୋଲିଙ୍ଗ ବ୍ୟବସ୍ଥା ରେ ଢିଲାପଣ ସାଙ୍ଗକୁ କିଛି ଥାନା ବାବୁ ମାଫିଆ ମାନଙ୍କ ସହ ଆଡଜେଷ୍ଟ ହେବା ଫଳରେ ମାଫିଆ ମାନେ ଆଉ ଆଇନ କୁ ମାନୁନାହାନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଦିନକୁ ଦିନ ଆଇନ ଶୃଙ୍ଖଳା ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ବିଗିଡି ଗଲାଣି, ଏବେ ମୁଣ୍ଡ ଗଡ଼ିବା ଋତୁ ଆରମ୍ଭ ହୋଇଛି ବୋଲି ବୁଦ୍ଧିଜୀବୀ ତଥା ସାଧାରଣ ରେ ଚର୍ଚ୍ଚା ହେଉଛି l

Leave A Reply

Your email address will not be published.