
ପୁରୀ: ହରଶପଡ଼ାରୁ ପୁରୀ ଜିଲ୍ଲାର ସୁକଳ ଯାଉଥିବା ଏକ ଆମ ବସରେ ମଙ୍ଗଳବାର ଦିନ ଯାତ୍ରୀମାନଙ୍କୁ ଜଣେ ଯୁବକ ଅତର୍କିତ ଆକ୍ରମଣ କରିବା ଫଳରେ ଚାରି ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଯୁବକ ଜଣକର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେ ପ୍ରାୟ ୧୧ଟା ସମୟରେ ବିଧାନ ଛକ ନିକଟରେ ଏକ ମୋଟରସାଇକେଲରେ ଆସି ବସକୁ ଅଟକାଇବା ପରେ ବସରେ ଚଢ଼ିଥିଲେ। ପୂର୍ବ ଶତ୍ରୁତାକୁ ନେଇ ସେ ଜଣେ ବ୍ୟକ୍ତିଙ୍କୁ ହଠାତ୍ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଅନ୍ୟ ଯାତ୍ରୀମାନେ ହସ୍ତକ୍ଷେପ କରିବାରୁ ସେମାନଙ୍କୁ ମଧ୍ୟ ଅମାନୁଷିକ ଭାବେ ଆକ୍ରମଣ କରିଥିଲା।
ତେବେ ଯାତ୍ରୀମାନଙ୍କ ମଧ୍ୟରୁ ଚାରି ଜଣ ଗୁରୁତର ଆହତ ହୋଇଥିଲା ବେଳେ ତାକୁ ପରେ କାବୁ କରାଯାଇଥିଲା ଏବଂ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ପରେ ପୋଲିସ
ଆହତମାନଙ୍କୁ ଚିକିତ୍ସା ପାଇଁ କଣାସ ନିକଟ ଏକ ଡାକ୍ତରଖାନାକୁ ପଠାଇଥିଲା। ଅପରପକ୍ଷରେ ଏହି ଘଟଣାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।