ମୋବାଇଲ ନଦେବାରୁ ଜୀବନ ହାରିଲେ ନାବାଳିକା

youtube

ମାଲକାନଗିରି : ମୋବାଇଲ ପାଇଁ ଝୁଲିପଡ଼ିଲେ ନାବାଳିକା । ବାପା ମୋବାଇଲ ନଦେବାରୁ ବେକରେ ଗାମୁଛା ଲଗାଇ ଜୀବନ ହାରିଲେ ନାବାଳିକା । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଗୋବିନ୍ଦପାଲି ଅଧୀନ ଢେପସାହିରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗାଁର ଅର୍ଜୁନ କିଷାନଙ୍କ ୧୦ ବର୍ଷର ଝିଅ । କୌଣସି କାରଣ ପାଇଁ ନାବାଳିକା ଜଣକ ବାପାଙ୍କୁ ମୋବାଇଲ ମାଗିଥିଲେ । ହେଲେ ବାପା ମୋବାଇଲ ନଦେବାରୁ ଜୀବନ ହାରିବାକୁ ସ୍ଥିର କରିଥିଲେ । ବାପା ଶୋଇପଡିବା ପରେ ଦୁଆର ବନ୍ଧରେ ଗାମୁଛା ଲଗାଇ ଝୁଲିପଡିଥିଲେ ନାବାଳିକା । ତାଙ୍କୁ ତୁରନ୍ତ ମାଥିଲି ସବଡିଭିଜନ ମେଡିକାଲ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.