ଜମିବାଡି ବିବାଦ: ବଡ଼ଭାଇ ଓ ଭାଉଜକୁ ନିର୍ମମ ହତ୍ୟା

youtube

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଡବଲ ମର୍ଡର ।  ଜମିବାଡି ବିବାଦରୁ ବଡ଼ଭାଇ ଓ ଭାଉଜକୁ ନିର୍ମମ ହତ୍ୟା।  ସାନଭାଇର ଫାର୍ସା ଚୋଟରେ ବଡ଼ଭାଇ ଓ ଭାଉଜର ମୃତ୍ୟୁ ହୋଇଛି। ବିଶ୍ରା ବ୍ଲକ ମୋନକୋ ପଂଚାୟତ ଚିରୁବେଡା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ । ମୃତକ ହେଲେ ଏନ.ଏମ.ମୁଣ୍ଡା ଓ ଶୋଭା ମୁଣ୍ଡା। ଦୀର୍ଘଦିନ ହେବ ଦୁଇ ଭାଇଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା। ବଡ଼ଭାଇ ଓ ଭାଉଜ ଶୋଇଥିବାବେଳେ ଆକ୍ରମଣ କରିଥିଲା ସାନଭାଇ ନାମଜଙ୍ଗ ।  ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତଗୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Leave A Reply

Your email address will not be published.