
ରାଉରକେଲା : ଆଇଇଡି ବିସ୍ପୋରଣରେ ହାତୀ ଗୁରୁତର । ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ପୋରଣରେ ଏକ ମାଈ ହାତୀ ଗୁରୁତର ହୋଇଛି। ତା’ର ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି। ହାତୀଟି ଚଲାବୁଲା କରିପାରୁନାହିଁ । ସରଣ୍ଡା ଜଙ୍ଗଲରେ ଯବାନମାନଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ବିଭିନ୍ନ ସ୍ଥାନରେ ଆଇଇଡି ଖଞ୍ଜିଛନ୍ତି ।
ଏକ ମାଈ ହାତୀ ଜଙ୍ଗଲରେ ବୁଲୁଥିବା ବେଳେ ଆଇଇଡି ଉପରେ ତା’ର ପାଦ ପଡ଼ିବାରୁ ବିସ୍ଫୋରଣ ହୋଇଥିଲା । ଫଳରେ ହାତୀଟିର ଡାହାଣ ଗୋଡ଼ ଜଖମ ହୋଇଛି। ହାତୀଟିର ଚିକିତ୍ସା କରାଯାଉଛି । ଗତ ଜୁଲାଇ ୨ ତାରିଖରେ ସରଣ୍ଡା ତିରିଲିପୋଷି ଅଞ୍ଚଳରେ ଆଇଇଡି ବିସ୍ଫୋରଣରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା । ଜୁଲାଇ ୮ ରେ ଦୀଘାରେ ଆଉ ଏକ ହାତୀ ଛୁଆ ଆଇଇଡି ବିସ୍ଫୋରଣରେ ଆହତ ହୋଇଥିଲା । ପରେ ତାର ମଧ୍ୟ ମୃତ୍ୟୁ ହୋଇଥିଲା । ଏବେ ପୁଣି ଏକ ମାଈ ହାତୀ ବିସ୍ଫୋରଣରେ ଗୁରୁତର ହୋଇଛି ।