ନୂଆପଡ଼ାରେ ବାଜିମାତ କରିବ କଂଗ୍ରେସ: ଜୟଦେବ

youtube

ନୂଆପଡା: ନୂଆପଡା ଉପନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ ରହିଛି । ଏଠାରେ ବିଜେଡି ବାଜିମାତ କରିବ ବୋଲି ଦୃଢୋକ୍ତି ବାଢୁଥିବା ବେଳେ କଂଗ୍ରେସ ବି ଜିତିବ ବୋଲି କହିଛି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ନୂଆପଡାରେ ପୂର୍ବରୁ କଂଗ୍ରେସ ବାଜିମାତ କରିଛି । ପୂର୍ବରୁ କଂଗ୍ରେସ ଉପନିର୍ବାଚନ ଜିତିଛି, ଏଥର ବି ଜିତିବ । ଏଠାରେ କଂଗ୍ରେସର ଲଢେଇ ବିଜେପି ନୁହେଁ ବିଜେଡି ସହିତ ହେବ ।

କଂଗ୍ରେସ ନୂଆପଡାରେ ବିଜୟ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ସହ ଏଠାରେ ଦଳ ଘାଶିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି । ଏନେଇ ଦଳ ଘାସିରାମଙ୍କ ନାମ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛି । ପିସିସି ସଭାପତିଙ୍କ ନେତୃତ୍ୱରେ ଦଳ ନୂଆପଡାରେ ନ୍ୟାୟ ସମାବେଶ କରିଛି । ଏଠାରେ କଂଗ୍ରେସ କିପରି ବିଜୟ ଲାଭ କରିବ ଏବଂ ନୂଆପଡାରେ ନ୍ୟାୟ ସ୍ଥାପନା ପାଇଁ ନୂଆପଡାବାସୀଙ୍କ ଆଶିର୍ବାଦ କାମନା କରି ନିକଟତର ହେଉଛନ୍ତି ।

Leave A Reply

Your email address will not be published.