କାଳିମେଳା ଵନାଞ୍ଚଳ ସଭାଗୃହ ଠାରେ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ…

add-all

ମାଲକାନଗିରି : ଆଜି କାଳିମେଳା ଵନାଞ୍ଚଳ ସଭାଗୃହ ଠାରେ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ବନ୍ୟଜନ୍ତ ତଥା କଇଁଛ ଓ ସାପ ଭଳି ପ୍ରାଣୀଙ୍କ ସୁରକ୍ଷା ଆଲୋଚନା ବିଷ ୟରେ ଆଲୋଚନା ହେବା ସହ ସେମାନଙ୍କ ସୁରକ୍ଷା ଓ ଅବାଧ ଶିକାରକୁ ନେଇ ଆଲଚନା ହୋଇଥିଲା । ଏହି ଅବସରରେ ବଣ ଜଙ୍ଗଲ ନିକଟରେ ରହୁଥିବା ଗ୍ରାମ ଗୁଡିକରେ ବର୍ଷା ସମୟରେ ବିଭିନ୍ନ ସରୀସୃପ ଦେଖା ଦେବା ସହ ଆକ୍ରମଣ ହେଉଥିବା ନଜିର ରହିଛି । ବିଶେଷ କରି ଭାରତରେ ୨୭୬ ପ୍ରକାରର ସାପ ଦେଖାଯାଉଥିବା ବେଳେ ଓଡ଼ିଶାରେ ମାତ୍ର ୮୦ପ୍ରକାର ସାପ ମିଲିଥାନ୍ତି । ମାଲକାଗିରି ଜିଲ୍ଲା ର ପଡିଆ ଓ କାଳିମେଳା ଅଂଚଳରେ ସର୍ପଘାତ ଅଧିକା ରହିଥିବା ବେଳେ ଏହି ଅଞ୍ଚଲରେ ବ୍ୟାପକ ସଚତନତା ର ଆବଶ୍ୟକ ଏହାର ପ୍ରତିକାର ବାବଦରେ ଆଲୋଚନା କରାଯାଇଥିଲା । ସର୍ପଦଂଶ ସମୟରେ ପାରମ୍ପରିକ ଚିକିତ୍ସା ଯଥା ଚେରମୂଳି ପ୍ରୟୋଗ, ବିଷ କୁ ମୁଁହ ଲଗାଇ ବାହାର କରିବା,ଗୁଣିଗାରେଡିର ପ୍ରୟୋଗ କରିବା ,ପ୍ରଭାବିତ ସ୍ଥାନକୁ କୌଣସି ଧାରୁଆ ଅସ୍ତ୍ରରେ କାଟିବା ଭଳି କାର୍ଯ୍ୟ ନକରିବାକୁ ପରାମର୍ଶ ଦିଆଯାଇଥିଲା । ସେହିଭଳି କଇଁଛ କୁ ସାଧାଣଲୋକେ ଖାଦ୍ୟ ଭାବେ ଗ୍ରହଣ କରିଥିବା ରୁ ଏ ବାବଦରେ ସଚେତନା ର ଆବଶ୍ୟକ ରହିଛି । ଆଜିର ଏହି କାର୍ଯ୍ୟକ୍ରମ ରେ କାଳିମେଳା ରେଞ୍ଜରଙ୍କ ସଭାପତିତ୍ଵ ହୋଇଥିବା ବେଳେ ଏସିଫ ମନସୁନ ଖେମୁଣ୍ଡୁ ମୁଖ୍ୟ ଅତିଥି ରହିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସର୍ପ ବିଶେଷଜ୍ଞ ଆକାଶ ପ୍ରଧାନ ଓ ଆୟୁସି ବନ୍ଦୋପାଧ୍ୟୟ ନିଜର ବାକ୍ତବ୍ୟ ରଖିଥିଲେ ।ଆଜିର ଏହି କାର୍ଯ୍ୟକ୍ରମ କୁ ବନପାଳ ମୃତ୍ୟୁଞ୍ଜୟ ସେଠୀ ପରିଚାଳନା କରିଥିବା ବେଳେ କାଳିମେଳା ରେଞ୍ଜର ସମସ୍ତ ଷ୍ଟାଫ୍ ଙ୍କ ସମେତ ଏନଜିଓ କର୍ମୀ ଶ୍ରୀନିବାସ ପାତ୍ର,ରବିକୁମାର ସମେତ ବିଭିନ୍ନ ସ୍କୁଲର ଛାତ୍ର, ଛାତ୍ରୀ, ବନ ସୁରକ୍ଷା ସମିତିର ସଦସ୍ୟ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ର,ଛାତ୍ରୀଙ୍କୁ ପରସ୍କାର ପ୍ରଦାନ କରାଯାଇଥିଲା ।

ad-week
Leave A Reply

Your email address will not be published.