ନିମଖଣ୍ଡି ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ ଟଙ୍କା ସହ ୧୫ ଟି ମୋବାଇଲ ଜବତ….!

add-all


ବ୍ରହ୍ମପୁର: ପରମ୍ପରା କୁ ଢାଲ କରି ଗତ କାଲି ରାତି ରେ ନିମଖଣ୍ଡି ଥାନା ଇଲାକାରେ ଜୁଆ ଆଡ୍ଡା ଚାଲିଥିଲା। ନିମଖଣ୍ଡି ଆଇଆଇସି କୃଷ୍ଣ ସାହାଙ୍କ ନିର୍ଦ୍ଧେଶ ରେ ଏସଆଇ ଅଭିଷେକ ପାଣ୍ଡବଙ୍କ ନେତୃତ୍ୱ ରେ ଜଗଦଳପୁର ମେଡିକାଲ ପଛ ପଟେ ଥିବା ମା ବୁଢ଼ୀ ଠାକୁରାଣୀ ସାନ୍ତାଣି ମନ୍ଦିର ପ୍ରାଙ୍ଗଣରେ ପୋଲିସ ଅତର୍କିତ ଜୁଆ ଖେଳ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ସେଠାରୁ ପୋଲିସ ନଗଦ ୮୫ ହଜାର ରୁ ଉର୍ଦ୍ଧ ଟଙ୍କା ସମେତ ୧୫ ଟି ମୋବାଇଲ ଜବତ କରିଛି। ୧୫ ଜୁଆଡ଼ି ଙ୍କୁ ଧରିବା ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦେଇଛନ୍ତି। ଏହାକୁ ନେଇ ନିମଖଣ୍ଡି ଥାନାରେ ଏକ ମାମଲା ପଞ୍ଜିକୃତ ହୋଇଥିବା ସୂଚନା l

ad-week
Leave A Reply

Your email address will not be published.