ପଡିଆ ପୋଲିସ ପକ୍ଷରୁ ୨୪ ଲିଟର ବିଦେଶୀ ମଦ ଜବତ…

add-all

ମାଲକାନଗିରି ୦୭/୧୦ ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ପୋଲିସ ପକ୍ଷ୍ୟରୁ ମଙ୍ଗଳବାର ଦିନ ପ୍ରାୟ ୨୪ ଲିଟର ବିଦେଶୀ ମଦ ଜବତ କରାଯାଇଛି। ସୁଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ଣ ପ୍ରାୟ ତିନିଟା ବେଳେ ପଡିଆ ଥାନା ଅଧିକାରୀ ଡିଏସପି ରମେଶ୍ଵର ପଧାନ ଏକ ଟିମ୍ ନେଇ ଧରମପଲ୍ଲୀ ଗ୍ରାମରେ ମୋଟର ଯାନ ଯାଞ୍ଚ କରୁଥିବା ବେଳେ ଟେକାଲଗୁଡା ଗ୍ରାମର ଜଣେ ବ୍ୟକ୍ତି ଏକ ବାଇକ୍ ଯୋଗେ ଦ୍ରୁତ ଗତିରେ ଧରମପଲ୍ଲୀ ରୁ ନିଲିଗୁଡା ଅଭିମୁଖେ ଆସୁଥିଲେ। ଏହି ସମୟରେ ପୋଲିସ ମୋଟର ସାଇକେଲକୁ ଅଟକାଇ ପଛ ପଟେ ଥିବା ଏକ ବସ୍ତା ଖୋଲି ଯାଞ୍ଚ କରିବାରୁ ପ୍ରାୟ ୪୮ଟି ଟିନ ବିୟର ପାଇଥିଲା । ଏହାପରେ ପୋଲିସ ଘଟଣା ସ୍ଥଳରେ ଉକ୍ତ ବିଦେଶୀ ମଦ ଓ ମୋଟର ସାଇକେଲ ଜବତ କରି ଅପରାଧୀଙ୍କ ବିରୋଧରେ ଓଡିଶା ଅବକାରୀ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଥିବା ଜଣାପଡିଛି। ପଡିଆ ଥାନା ଏଏସଆଆ କେଶବ ଭତ୍ରା ଏହି ମାମଲାର ତଦନ୍ତ କରୁଥିବା ଜଣାପଡିଛି।

ad-week
Leave A Reply

Your email address will not be published.