ମହୁମାଛି ଆକ୍ରମଣରେ ୭ ଗୁରୁତର

youtube

କାମାକ୍ଷାନଗର : ମହୁମାଛି ଆକ୍ରମଣରେ ୭ ଗୁରୁତର । ଢେଙ୍କାନାଳ ପରଜଙ୍ଗ ଥାନା ବସୁଲେଈ ଗାଁରେ ଘଟଣା ଘଟିଛି । ରେଙ୍ଗାଳି କେନାଲ ରାସ୍ତାରେ ଲୋକ ଯିବା ଆସିବା କରୁଥିବାବେଳେ ହଠାତ୍ ଆକ୍ରମଣ କରିଥିଲେ ମହୁମାଛି । ଫଳରେ ଅଙ୍ଗନବାଡି ଦିଦି ଭାନୁମତି ସାହୁଙ୍କ ସମେତ ୬ଜଣ ଗୁରୁତର ହୋଇଛନ୍ତି ।  ଏପରିକି ମହୁମାଛି ଆକ୍ରମଣରୁ ବଂଚିବା ପାଇଁ ସମସ୍ତେ କେନାଲ ଭିତରକୁ ପଶିଯାଇଥିଲେ । ସମସ୍ତ ଗୁରୁତରଙ୍କୁ ତାଳଚେର ସ୍ଥିତ ମଣ୍ଡାପାଳ ମେଡିକାଲ ସ୍ଥାନାନ୍ତର କରାଯାଇଛି । ତେବେ ମହୁମାଛିଙ୍କ ଆକ୍ରମଣ ଫଳରେ ସମସ୍ତ ଗୁରୁତରଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ଅଧିକାଂଶ ସ୍ଥାନ ଫୁଲିଯାଇଥିବା ଦେଖିବାକୁ ମିଳିଛି l

Leave A Reply

Your email address will not be published.