୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଓଏଏସ ଅଧିକାରୀ

youtube

କଟକ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଗଞ୍ଜାମ ବେଲଗୁଣ୍ଠା ଏନଏସି ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ବକେୟା ଦରମା କରାଇ ଦେବା ପାଇଁ ଲାଞ୍ଚ ନେଉଥିବାବେଳେ, ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ଏହି କାମ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ସୂଚନା ମୁତାବକ, ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ବକେୟା ଦରମା କରିବା ପାଇଁ ତାଙ୍କ ତଳ କର୍ମଚାରୀଙ୍କୁ ଲାଞ୍ଚ ମାଗିଥିଲେ । ଆଉ କିଛି ଉପାୟ ନପାଇବାରୁ କର୍ମଚାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । କର୍ମଚାରୀ ସୋରଜ ଜେନାଙ୍କ ଠାରୁ ବାଲିପଦର ବସ୍‌ ଷ୍ଟପ୍ ଠାରେ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା ।

ଏହି ଚଢାଉ ପରେ ତାଙ୍କ ଅଫିସ, ସରକାରୀ ବାସଭବନ ଓ କବିସୂର୍ଯ୍ୟନଗରଠାରେ ଥିବା ୨ଟି ଘରେ ଏକକାଳୀନ ରେଡ୍ କରାଯାଉଛି । ଏହି ଚଢ଼ାଉରେ ଜଣେ ଡିଏସପି, ଜଣେ ଇନ୍ସପେକ୍ଟର ଓ ୨ଜଣ ଏଏସଆଇ ସାମିଲ ହୋଇଛନ୍ତି । ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ।

Leave A Reply

Your email address will not be published.