
ପାକିସ୍ତାନ : ପାକିସ୍ତାନରେ ଇସଲାମିଷ୍ଟ ଆତଙ୍କବାଦୀଙ୍କ ଆକ୍ରମଣ । ଆଫଗାନିସ୍ତାନ ସୀମାରେ ଆମ୍ବୁସ୍ । ପାକିସ୍ତାନ ପାରାମିଲିଟାରୀ ଯବାନଙ୍କ ଗାଡ଼ି ଉପରେ ଭୟଙ୍କର ଆକ୍ରମଣ । ଏଥିରେ ୯ ଜଣ ପାରାମିଲିଟାରୀ ଯବାନ ଏବଂ ଦୁଇ ଜଣ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ପାକିସ୍ତାନୀ ତାଲିବାନ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ।
ବୋମା ବିସ୍ଫୋରଣ ପାରାମିଲିଟାରୀ ଗାଡ଼ି ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ପାକିସ୍ତାନ କୁରମ ଜିଲ୍ଲାରେ ଏହି ଆକ୍ରମଣ ହୋଇଛି । ଘଟଣା ସ୍ଥଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।
ଗତ କିଛି ମାସ ମଧ୍ୟରେ ପାକିସ୍ତାନ ସେନା ଉପରେ ହୋଇଥିବା ଭୟଙ୍କର ଆକ୍ରମଣ ମଧ୍ୟରୁ ଏହା ଅନ୍ୟତମ । ତେହେରିକ-ଏ-ତାଲିବାନ ପାକିସ୍ତାନ ୨୦୨୧ରୁ ପାକିସ୍ତାନ ସେନା ଉପରେ ଆକ୍ରମଣ ବଢ଼ାଇଛି । ଖୈବର ଓ ବଲୁଚିସ୍ତାନ ଅଞ୍ଚଳରେ ଏହି ବର୍ଷ ୨୦୦ ରୁ ଅଧିକ ଥର ଆକ୍ରମଣ କରିଛି ଟିଟିପି ।
ଗତ ୩ ମାସ ମଧ୍ୟରେ ୯୦୧ ଲୋକ ମରିଥିବା ବେଳେ ୫୯୯ରୁ ଅଧିକ ଆହତ ହୋଇଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣ ଏବଂ ସେନାର ଅପରେସନ ସାମିଲ ରହିଛି ।