ମମତା ସରକାରଙ୍କୁ ୨୪ ଘଣ୍ଟିଆ ମହଲତ: ଆଇନ ଶୃଙ୍ଖଳା ନ ସୁଧାରିଲେ ହେବ ସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ

add-all

କଲକାତା: ପଶ୍ଚିମବଙ୍ଗର ଜଳପାଇଗୁଡ଼ିରେ ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ବିଧାୟକ ଶଙ୍କର ଘୋଷଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି। କ୍ଷମତାସୀନ ତୃଣମୂଳ କଂଗ୍ରେସ ସମର୍ଥକମାନେ ଏହି ଆକ୍ରମଣ କରିଥିବାବେଳେ ବିଜେପି ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛି। ଏହି ପରିପ୍ରେକ୍ଷୀରେ ବୁଧବାର ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଆନନ୍ଦ ବୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟିଆ ମହଲତ ଦେଇଛନ୍ତି।

ଯଦି ଏହି ସମୟ ମଧ୍ୟରେ ଆଇନ ଶୃଙ୍ଖଳାକୁ ସୁଧାରିବାରେ ରାଜ୍ୟ ସରକାର ବିଫଳ ହୁଅନ୍ତି, ତେବେ ସାମ୍ବିଧାନିକ କାର୍ଯ୍ୟାନୁ​‌ଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି। ଗୁରୁତର ଆହତ ହୋଇଥିବା ମୁର୍ମୁ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଉଭୟ ମମତା ଓ ଆନନ୍ଦ ବୋଷ ତାଙ୍କୁ ପୃଥକ ଭାବେ ଭେଟିଛନ୍ତି। ରାଜ୍ୟପାଳ ଇତିମଧ୍ୟରେ ଜଳପାଇଗୁଡି ଘଟଣା ସମ୍ପର୍କରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲିଖିତଭାବେ ଅବଗତ କରିସାରିଛନ୍ତି। ଯଦି ରାଜ୍ୟପାଳଙ୍କ ସୁପାରିସକୁ ରାଷ୍ଟ୍ରପତି ଗ୍ରହଣ କରନ୍ତି, ତେବେ ସମ୍ବିଧାନର ଧାରା ୩୫୬ ଅନୁଯାୟୀ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ନିଶ୍ଚିତ ଜଣାପଡୁଛି। ଇତିମଧ୍ୟରେ ଏହି ଆକ୍ରମଣ ଘଟଣାରେ ପୁଲିସ ବୁଧବାର ଦୁଇଜଣଙ୍କୁ ଗିରଫ କରିଛି।

ad-week
Leave A Reply

Your email address will not be published.