ଜିଲ୍ଲାସ୍ତରୀୟ ଆର୍ଥିକ ସାକ୍ଷରତା, ବିତ୍ତିୟ ଅଧିକାର, ସାମାଜିକ ଓ ରାଜନୈତିକ ଅଧିକାର ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ସମ୍ପର୍କିତ ତାଲିମ ଶିବିର

youtube

ଛତ୍ରପୁର : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଆର୍ଥିକ ସାକ୍ଷରତା, ବିତ୍ତିୟ ଅଧିକାର, ସାମାଜିକ ଓ ରାଜନୈତିକ ଅଧିକାର ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ସମ୍ପର୍କିତ ତାଲିମ ଶିବିର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦେଶରେ ମହିଳା ଓ କିଶୋରୀ ମାନଙ୍କୁ  ସଶକ୍ତିକରଣ କରିବା  ଓ ସ୍ବାବଲମ୍ବୀ କରିବା  ନିମନ୍ତେ ସରକାର ଶିକ୍ଷା କ୍ଷେତ୍ରରେ, ଆର୍ଥିକ କ୍ଷେତ୍ରରେ ଓ ରାଜନୈତିକ କ୍ଷେତ୍ରରେ ଅନେକ ଗୁଡିଏ ପଦକ୍ଷେପ ଗ୍ରହଣ କରିଛନ୍ତି । ତ୍ରି ସ୍ତରୀୟ ପଞ୍ଚାୟତି ରାଜରେ ମହିଳା ମାନଙ୍କୁ ଶତକଡା 50 ଭାଗ ସଂରକ୍ଷଣ ସୁବିଧା ପ୍ରଦାନ କରିଛନ୍ତି ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ନାରୀ ସମସ୍ତ କ୍ଷେତ୍ରରେ ନିଜ ନିଜ ଅଧିକାର ସାବ୍ୟସ୍ତ କରିପାରିଲେ ପରିବାରର ଉନ୍ନତି ହେବା ସଙ୍ଗେସଙ୍ଗେ ଦେଶର ଉନ୍ନତି ହୋଇ ପାରିବ ।

ଏହି ତାଲିମ୍ ଶିବିର କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରା ଯୋଗଦେଇ କହିଥିଲେଯେ, ମାଆ ଗର୍ଭରେ ଥିବା ଭୃଣର ମଧ୍ୟ ସୁଷମ ଖାଦ୍ୟ ପାଇଁ ଅଧିକାର ରହିଛି । ଏଣୁ ଅଧିକାର ଭୃଣରୁ ହିଁ ଆରମ୍ଭ ହୋଇଥାଏ । ସମାଜରେ ନାରୀ ପୁରୁଷ ସମସ୍ତେ ସମାନ ଅଧିକାର ପାଉଛନ୍ତି । ନିଜ ଉପରେ ଭରଷା ରଖିଲେ  ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ । ମହିଳା ସଶକ୍ତିକରଣ ନିମନ୍ତେ ବେଟି ବଚାଓ, ବେଟି ପଢାଓ ହେଉଛି ଭାରତ ସରକାରଙ୍କ ଅଭିନବ ପ୍ରୟାସ । ଏହା ଭୃଣ ହତ୍ୟା, ଲିଙ୍ଗ ନିରୂପଣ ରୋକିବା ନିମନ୍ତେ ମଧ୍ୟ ସହାୟକ ହୋଇ ପାରିଛି ।

ବ୍ଲକ୍ ବିତ୍ତିୟ ଅଧିକାରୀ ଗିରିଶ୍ ଚନ୍ଦ୍ର ମହାରଣା ଯୋଗ ଦେଇ କହିଥିଲେ ଯେ, ସରକାର ସୁକନ୍ୟା ସମୃଦ୍ଧି ଯୋଜନା, ପ୍ରଧାନମନ୍ତ୍ରୀ ଧନଜନ ଯୋଜନା, ମହିଳା ଇ-ହାତ୍ ଆଦି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଉପାର୍ଜିତ ଅର୍ଥକୁ କିପରି ସତ୍ ବିନିଯୋଗ କରାଯାଇ ପାରିବ ଓ ଭବିଷ୍ୟତ ନିମନ୍ତେ କିପରି ସଞ୍ଚୟ କରିପାରିବା ତାହା ଉପରେ ବିଶଦ୍ ଭାବେ ବର୍ଣ୍ଣନା କରିଥିଲେ ।

ଲିଡ୍ ବ୍ୟାଙ୍କ ମ୍ୟାନେଜର ସୀମାଞ୍ଚଳ ସାହୁ, ଫାଇନାନସିଆଲ୍ କ୍ରେଡି କାଉନସିଲର ଦିଲ୍ଲୀପ ଦଲାଇ  ଓ ଦାଶରଥୀ ତ୍ରିପାଠୀ ଏହି ତାଲିମ୍ ଶିବିରରେ ଆର୍ଥିକ ସାକ୍ଷରତା  ଓ ରାଜନୈତିକ ଅଧିକାର  ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ସେ କହିଥିଲେଯେ, ନିୟମିତ ସଞ୍ଚୟ ହେଉଛି ଗୁରୁତ୍ବପୂର୍ଣ୍ଣ । ଯଦିଓ କୌଣସି ବ୍ୟକ୍ତି ଋଣ ଗ୍ରସ୍ତ ତଥାପି ମଧ୍ୟ ସଞ୍ଚୟ ଆରମ୍ଭ କରିବା ଉଚିତ୍ । ପ୍ରତ୍ୟେକ ବ୍ୟକ୍ତିର ସଞ୍ଚୟ ସୀମିତ ଥାଏ । ଏହି ରୋଜଗାର ଅର୍ଥକୁ ସୁବିନିଯୋଗ କରିବା ସହ କୌଣସି ଜିନିଷ ପାଇଁ ଖର୍ଚ୍ଚ କରିବା ଆଗରୁ ଅନ୍ତତଃ ଦୁଇଥର ଚିନ୍ତା କରିବା ଉଚିତ୍ । କାରଣ ଖର୍ଚ୍ଚ କରାଯାଇଥିବା ଅର୍ଥ କେବେହେଲେ ଫେରି ପାଇବା ନାହିଁ ।     ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ ସାମାଜିକ ଅଧିକାର ଅନ୍ତର୍ଗତ ମହିଳା ଓ କିଶୋରୀ ମାନଙ୍କର ଶିକ୍ଷା , ନିଯୁକ୍ତି , ଆର୍ଥିକ ଗୁଡିକ ଉପରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ଏବଂ ନାରୀ ନିର୍ଯାତନା ଅଧିନିୟମ, ଯୌତୁକ ନିର୍ଯାତନା, ଘରୋଇ ହିଂସା ଠାରୁ ମହିଳା ମାନଙ୍କୁ ଦୂରେଇ ରଖିବା, ପୋସ୍କୋ ଅଧିନିୟମ ଓ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ବିଷୟରେ ସଚେତନ କରାଇଥିଲେ ।  ସେ କହିଥିଲେ  ଯେ, ସମୟ ହିଁ ଟଙ୍କା । ବଦ ଖର୍ଚ୍ଚରୁ ବିରତ ରହି  ଯଥା ସମ୍ଭବ ସଞ୍ଚୟ କରିପାରିଲେ ନିଜେ ତଥା ନିଜ ପରିବାରର ଜୀବନ ବଞ୍ଚାଯାଇପାରିବ ।

ପ୍ରାରମ୍ଭରେ ଜିଲ୍ଲା ମହିଳା ସଶକ୍ତି କରଣ ହବ୍ ର ଜିଲ୍ଲା ସଂଯୋଜିକା  ଗୀତାଞ୍ଜଳୀ ମହାରଣା ସମସ୍ତଙ୍କୁ ସ୍ହାଗତ କରିବା ସହ ଏହି ତାଲିମ୍ ଶିବିରକୁ ପରିଚାଳନା କରିଥିଲେ । ଶେଷରେ ବେଟି ବଚାଓ ବେଟି ପଢାଓ ସ୍କିମ୍ ର ଲକ୍ଷ୍ଯ ଓ ଏହାର ଉଦ୍ଦେଶ୍ୟ ବିଷୟରେ ପ୍ରାଞ୍ଜଳ ଭାବେ ଉପସ୍ଥାପନ କରିଥିଲେ ।

ମିସ୍ ଅର୍ପିତା ଆଚାର୍ଯ୍ୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର , ବ୍ରହ୍ମପୁର ଛାତ୍ରୀ ମାଧ୍ୟମିକଶିକ୍ଷା ପରିଷଦ ପରୀକ୍ଷା-2025 ରେ ଓଡିଶା ଟପ୍ପର ରାଙ୍କ 3 ନିମନ୍ତେ, ଙସନିକା ପାଣିଗ୍ରାହୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛତ୍ରପୁରର ଦଶମ ଶ୍ରେଣୀ ଛାତ୍ରୀ ବିଜ୍ଞାନ ମେଳାରେ ଜାତୀୟ ସ୍ତରରେ ଭାଗନେଇ ଉତ୍ତୀର୍ଣ୍ଣ ହୋଇଥିବା ନିମନ୍ତେ, ଅର୍ପିତା ଜେନା ଜାତୀୟ ସ୍ତରରେ ଆର୍ଟ ଆଣ୍ଡ କ୍ରାଫ୍ଟ ଜାତୀୟ କଳା ଉତ୍ସବରେ ଭାଗନେଇ ଉତ୍ତୀର୍ଣ୍ଣ ହୋଇଥିବା ନିମନ୍ତେ ଏବଂ କେ. ମେନକା , ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗିରିଶୋଲା,  ଜାତୀୟ ସ୍ତରରେ ଖୋ-ଖୋ ଖେଳ ଏବଂ ଭାରତ ଅସ୍ମିତା ଖେଳୋ କାର୍ଯ୍ୟକ୍ରମ ରେ ଭାଗନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିବାରୁ ସେମାନଙ୍କୁ ମହିୁଳା ଶିଶୁ ବିକାଶ ବିଭାଗ ତରଫରୁ ଏକ ହଜାର ଟଙ୍କା ସହିତ ପ୍ରମାଣ ପତ୍ର ଓ ଚାରା ପ୍ରଦାନ କରି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା ସମ୍ମାନୀତ କରିଥିଲେ ।       ବୈଠକରେ ବ୍ଲକ୍ ଉନ୍ନୟନ ଅଧିକାରୀ ଛତ୍ରପୁର, ସମସ୍ତ ଉପଖଣ୍ଡ ସ୍ତରୀୟ ପ୍ରୋଗ୍ରାମ୍ ଅଫିସର, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଡି. ନାଗରତ୍ନମ୍, ଜିଲ୍ଲା ଲିଙ୍ଗ ବିଶେଷଜ୍ଞ, ଶିକ୍ଷା ବିଭାଗ, ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ, ଛତ୍ରପୁର ଓ ଜିଲ୍ଲା ସ୍ତରୀୟ ଓ ଛତ୍ରପୁର ବ୍ଲକ୍ ସ୍ତରୀୟ ଅଧିକାରୀ ଗଣ, ସମସ୍ତ ଅଙ୍ଗନଓ୍ବାଡି କର୍ମୀ, ଆଶା କର୍ମୀ ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଗଣ, ସରକାରୀ ଶିଳ୍ପ ତାଲିମ୍ କେନ୍ଦ୍ରର ତାଲିମ ଦାତା, ଛାତ୍ର ଗଣ ଓ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଗଣ ଉପସ୍ଥିତ ଥିଲେ । ଜିଲ୍ଲା ମହିଳା ସଶକ୍ତିକରଣ ହବ୍ ର କର୍ମକର୍ତ୍ତାଙ୍କ ସହଯୋଗରେ ଏହି ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.