IAS ସ୍ତରରେ ଅଦଳବଦଳ, ଏନ. ଥିରୁମାଲା ନାଏକ ହେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ 

youtube

ଭୁବନେଶ୍ୱର :  IAS ସ୍ତରରେ ବଡ଼ ଧରଣର ଅଦଳବଦଳ ।  ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ହେଲେ ଏନ.ଥିରୁମାଲା ନାଏକ ।  ମାନସୀ ନିମ୍ଭାଲଙ୍କୁ ଓଡ଼ିଶା ଉଠାଜଳସେଚନ ନିଗମର ଏମଡି ଭାବେ ନିଯୁକ୍ତି ମିଳିଛି । ସେହିପରି ସୁରେନ୍ଦ୍ର କୁମାର ମୀନା ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ।

ବିଏମସି କମିଶନର ଚଞ୍ଚଳ ରାଣାଙ୍କୁ ଭୁବନେଶ୍ବର ଉନ୍ନୟନ ପ୍ରାଧିକରଣର ଉପାଧ୍ୟକ୍ଷ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଶୁଭଶ୍ରୀ ନନ୍ଦଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି ।  ଦୀପଙ୍କର ମହାପାତ୍ର ହେଲେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ। ପ୍ରେମଜିତ ନାୟକ ହେଲେ ଅନୁସୂଚିତ ଜନଜାତି ବିଭାଗର ନିର୍ଦ୍ଦେଶକ।

ନିବେଦିତା ପୃଷ୍ଟିଙ୍କୁ ବୟନିକାର ଏମଡି ଭାବେ ନୂଆ ଦାୟିତ୍ବ ମିଳିଛି। ପ୍ରଣତି ଛୋଟରାୟଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ମଧୁସ୍ମିତ ସାମଲଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଓ ସଞ୍ଜୟ କୁମାର ବିଶ୍ବାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ମିଳିଛି । କାହ୍ନୁ ଚରଣ ସାହୁ ଲଘୁଖଣିଜ ବିଭାଦର ନିର୍ଦ୍ଦେଶକ ହୋଇଛନ୍ତି ।

Leave A Reply

Your email address will not be published.