ଦିଲ୍ଲୀରୁ ଫେରିଲେ ନବୀନ, ଖୁବଶୀଘ୍ର ନୂଆପଡ଼ା ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ

youtube

ଭୁବନେଶ୍ୱର : ଓଡ଼ିଶା ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।  ସେପ୍ଟେମ୍ବର ୭ ତାରିଖରେ ଦିଲ୍ଲୀ ଯାଇଥିଲେ ନବୀନ।  ଦିଲ୍ଲୀରେ ୩୨ ଦିନ ରହିବା ପରେ ଓଡ଼ିଶା ଫେରିଛନ୍ତି ।  ବିଭିନ୍ନ ସାମାଜିକ ଓ ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ଗସ୍ତରେ ଥିଲେ ନବୀନ। ତାଙ୍କୁ ସ୍ବାଗତ କଲେ ଦଳୀୟ ନେତା ଓ କର୍ମୀ ।

ସୂଚନାଯୋଗ୍ୟ : ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ନବୀନଙ୍କ ଦିଲ୍ଲୀ ଗସ୍ତ ନେଇ ଚର୍ଚ୍ଚା ବଢିଥିଲା । ନବୀନ ନିବାସରେ ବସିଥିଲା ବିଜେଡି ରାଜନୈତିକ ବ୍ୟାପାର କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ନବୀନ ଦଳକୁ ପରିଚାଳନା କରିବା, ଦଳର ରଣନୀତିକୁ ଦିଗ ଦେବା ଓ ନୀତି ନିର୍ଦ୍ଧାରଣ କରିବା ନେଇ ଏହି ବୈଠକରୁ ବଡ଼ ବାର୍ତ୍ତା ଦେଇଛନ୍ତି ।  ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନକୁ ଆହୁରି କିପରି ସୁଦୃଢ କରାଯିବ ଏବଂ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ପିଏସି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ଏହା ସହ ଆଗାମୀ ବିଧାନସଭା ମୌସୁମୀ ଅଧିବେଶନରେ ଉଠିବାକୁ ଥିବା ପ୍ରସଙ୍ଗ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟରେ ଦଳିତ, ଆଦିବାସୀ, ମହିଳାଙ୍କ ବିରୋଧରେ ଅତ୍ୟାଚାର ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଭ୍ରାଟକୁ ନେଇ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ ।

Leave A Reply

Your email address will not be published.