ପାକିସ୍ତାନକୁ ଆମେରିକା ଦେବନି AIM-120 ମିସାଇଲ

youtube

ଆମେରିକା : ପାକିସ୍ତାନକୁ ବଡ଼ ଝଟକା ।  ଅତ୍ୟାଧୁନିକ ଏୟାର ଟୁ ଏୟାର ମିସାଇଲ ଦେବନି ଆମେରିକା । ଆମେରିକା ଦୂତାବାସ ପକ୍ଷରୁ ପାକିସ୍ତାନକୁ  ମିସାଇଲ ଦିଆଯିବା ନେଇ କୌଣସି ଯୋଜନା ନଥିବା ସ୍ପଷ୍ଟ କରାଯାଇଛି ।  ପାକକୁ AIM ମିସାଇଲ ଦେବା ନେଇ ବୈଦେଶିକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା ।

ସୂଚନାନୁଯାୟୀ,  AIM-120 ମିସାଇଲ ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ର ବିକ୍ରିକୁ ଅନୁମୋଦନ କରିଥିବା ଗଣମାଧ୍ୟମର ରିପୋର୍ଟକୁ ଆମେରିକା ଖଣ୍ଡନ କରିଛି । ପାକିସ୍ତାନକୁ ନୂଆ କ୍ଷେପଣାସ୍ତ୍ର ଦିଆଯିବ ନାହିଁ ।  କେବଳ ରକ୍ଷଣାବେକ୍ଷଣ କରାଯିବ ବୋଲି ୱାଶିଂଟନ ସ୍ପଷ୍ଟ କରିଛି ।  ଗଣମାଧ୍ୟମ ରିପୋର୍ଟକୁ “ମିଥ୍ୟା” କହିବା ସହ ସ୍ପଷ୍ଟୀକରଣ ଜାରି କରିଛି ଆମେରିକା ଦୂତାବାସ । ନୂଆ ଆଡଭାନ୍ସଡ୍ ମିଡିୟମ୍-ରେଞ୍ଜ୍ ଏୟାର-ଟୁ-ଏୟାର ମିସାଇଲ୍ସ (AMRAAMs) ଯୋଗାଣ ପାଇଁ ପାକ  ସହ ହୋଇଥିବା କୌଣସି ଚୁକ୍ତିର ଅଂଶ ନୁହେଁ ବୋଲି ଦୂତାବାସ କହିଛି । AIM ମିସାଇଲ F-16 ଜେଟରେ ବ୍ୟବହାର ହୋଇଥାଏ ।

ଅନ୍ୟପଟେ ପୂର୍ବରୁ ମଧ୍ୟ ପାକିସ୍ତାନ ସେନା ନିକଟରେ ଏହି ମିସାଇଲ ଥିଲା । ତେବେ ବାଲାକୋଟ ଷ୍ଟ୍ରାଇକ ଓ ଅପରେସନ ସିନ୍ଦୂର ବେଳେ ଭାରତୀୟ ସେନାର ଶକ୍ତି ଆଗରେ ହାର ମାନିଥିଲା F-16 । ଏବେ F-16 ବିମାନ ଅତ୍ୟାଧୁନିକ ପାଇଁ ଉଦ୍ୟମ ଆରମ୍ଭ କରିଆସୁଛି ପାକିସ୍ତାନ ।  ତେବେ ଏଥିରେ ପାକକୁ ବଡ଼ ଝଟକା ଲାଗିଛି ।  AIM ମିସାଇଲଗୁଡିକର ରେଂଜ ୧୬୦ କିଲୋମିଟର ପର୍ଯ୍ୟନ୍ତ ଥିବା ବେଳେ ଏହା ଫାୟାର ଆଣ୍ଡ ଫରଗେଟ ଗାଇଡାନ୍ସ ସିଷ୍ଟମରେ କାମ କରିଥାଏ ।

Leave A Reply

Your email address will not be published.